ବାତିଲ୍ ହେଲା ଭୁବନେଶ୍ବର ବାଲିଯାତ୍ରା

ବାତିଲ୍ ହେଲା ଭୁବନେଶ୍ବର ବାଲିଯାତ୍ରା

ବାତିଲ୍ ହେଲା ଭୁବନେଶ୍ବର ବାଲିଯାତ୍ରା
ଭୁବନେଶ୍ୱର: ଏଥର କରୋନା ପାଇଁ ଭୁବନେଶ୍ୱରରେ ବି ହେବନି ବାଲିଯାତ୍ରା ମହୋତ୍ସବ । କରୋନା ମହାମାରୀ ପାଇଁ ବାଲିଯାତ୍ରା ମହୋତ୍ସବ ବାତିଲ୍ କରାଯାଇଥିବା ସୂଚନା ମିଳିଛି । ପୋଲିସ କମିଶନର ସୁଧାଂଷୁ ଷଡଙ୍ଗୀଙ୍କ ସହ ଆଲୋଚନା ପରେ ବାଲିଯାତ୍ରା କମିଟି ଏନେଇ ସୂଚନା ଦେଇଛନ୍ତି । ମହାମାରୀ କରୋନା ପାଇଁ ଚଳିତ ବର୍ଷ ସବୁ କିଛି ବନ୍ଦ କରାଯାଇଛି । ସମସ୍ତ ଦେବାଳୟ ମଧ୍ୟ ଖୋଲାଯିବାକୁ ଅନୁମତି ଦିଆଯାଇନାହିଁ । ଗହଳି ହେଲେ ସଂକ୍ରମଣ ବଢିବ । ଏସବୁକୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସାୟୀଙ୍କ ସହିତ ଆଲୋଚନା ପୂର୍ବକ ବାଲିଯାତ୍ରା ବନ୍ଦ କରାଯାଇଛି । ପୂର୍ବରୁ ଅକ୍ଟୋବର ୩୧ ତାରିଖରେ କଟକ ବାଲିଯାତ୍ରା ହେବନାହିଁ ବୋଲି ଜିଲ୍ଲା ପ୍ରଶସନ ପକ୍ଷରୁ ଘୋଣା କରାଯାଇଥିଲା ।