ବିହାରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଦୌଡରେ ତେଜସ୍ୱୀ ଯାଦବ : ଅଭିନବ ଉପାୟରେ ଫ୍ୟାନ ଜଣାଇଲେ ଶୁଭେଚ୍ଛା

ବିହାରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଦୌଡରେ ତେଜସ୍ୱୀ ଯାଦବ : ଅଭିନବ ଉପାୟରେ ଫ୍ୟାନ ଜଣାଇଲେ ଶୁଭେଚ୍ଛା

ବିହାରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଦୌଡରେ ତେଜସ୍ୱୀ ଯାଦବ : ଅଭିନବ ଉପାୟରେ ଫ୍ୟାନ ଜଣାଇଲେ ଶୁଭେଚ୍ଛା
ପାଟନା : ବିହାରର ମୁଖ୍ୟମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ରହିଛନ୍ତି ତେଜସ୍ୱୀ ଯାଦବ । କ୍ରିକେଟରରୁ ରାଜନୀତିରେ ପାଦ ଦେଇଥିବା ତେଜସ୍ୱୀ ବିହାରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଦୌଡରେ ସବୁଠାରୁ ଆଗରେ ଅଛନ୍ତି । ଆଜି ତେଜସ୍ୱୀଙ୍କ ଜନ୍ମଦିନରେ କେହି ଜଣେ ଫ୍ୟାନ ତାଙ୍କୁ ଅଭିନବ ଉପାୟରେ ଶୁଭେଚ୍ଛା ଜଣାଇଛନ୍ତି । ବିହାରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ବିଭିନ୍ନ ସ୍ଥାନରେ ହୋର୍ଡିଂ ମରାଯାଇଛି । ନିକଟରେ ପ୍ରକାଶିତ ଏକ୍ସିଟ ପୋଲ ଅନୁଯାୟୀ ତେଜସ୍ୱୀଙ୍କ ନେତୃତ୍ୱରେ ମହାମେଣ୍ଟ ଅଧିକ ଆସନ ହାସଲ କରିବ ତେବେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳି ପାରି ନାହିଁ । ତେବେ ମୁଖ୍ୟମନ୍ତ୍ରୀ ଦୌଡରେ ତେଜସ୍ୱୀଙ୍କ ପଲ୍ଲା ଭାରି ରହିଛି । ତେଜସ୍ୱୀ ଏହି ମାଇଲଖୁଣ୍ଟ ହାସଲ କଲେ ବିହାରର ସର୍ବକନିଷ୍ଠ ଏବଂ ଦେଶର ଦ୍ୱିତୀୟ ଓ ର୍କନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିବେ । ବିହାର ଇତିହାସରେ ୧୯୬୮ ମସିହାରେ ସତୀଶ ପ୍ରସାଦ ସିଂ ୩୨ ବର୍ଷ ବୟସରେ ଏବଂ ୧୯୭୫ ମସିହାରେ ଜଗନ୍ନାଥ ମିଶ୍ର ୩୮ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି ଏମ ଓ ଏଚ ଫାରୁକ । ତେବେ ଫାରୁକ ପୁଡୁଚେରୀ ଏକ କେନ୍ଦ୍ରଶାସିତ ଅଞ୍ଚଳ ତେଣୁ ତେଜସ୍ୱି ମୁଖ୍ୟମନ୍ତ୍ରୀ ହେଲେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ରେକର୍ଡ ବୁକରେ ନିଜ ନାମ ଉଲ୍ଲେଖ କରିବାରେ ସକ୍ଷମ ହେବେ ।