ବାହାରିଲା କ୍ୟାନସର ଔଷଧ!

ବାହାରିଲା କ୍ୟାନସର ଔଷଧ!

ବାହାରିଲା କ୍ୟାନସର ଔଷଧ!

ନ୍ୟୁୟର୍କ: କ୍ୟାନସର ଭଲ ହେଲା ଔଷଧରେ । ଏ କଥା ସହଜରେ ବିଶ୍ୱାସ କରି ହେଉନି । ମାତ୍ର ଏହା ସତ ହୋଇଛି । ଜଣେ ଅଧେ ରୋଗୀ ନୁହନ୍ତି, ୧୮ଜଣ କ୍ୟାନସର ରୋଗୀ ଏକ ନିର୍ଦ୍ଧିର୍ଷ୍ଟ ଔଷଧ ଖାଇବା ପରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି । ଏବେ ସେମାନେ କ୍ୟାନସର ମୁକ୍ତ । ଏଭଳି ଭଲ ଖବର ଆସିଛି ÷ଆମେରିକାରୁ। ଡାକ୍ତରୀ ଦଳର ପ୍ରଚେଷ୍ଟା ସଫଳ ହେବା ସହ ମେଡିକାଲ ସାଇନ୍ସକୁ ଏକ ବହୁତ ବଡ଼ ସଫଳତା ମିଳିଛି । 

ନ୍ୟୁୟର୍କରେ ରେକ୍ଟାଲ କ୍ୟାନସରରେ ପୀଡିତ କିଛି ରୋଗୀଙ୍କ ଉପରେ ପରୀକ୍ଷାମୂଳକ ଭାବେ ଏକ ଔଷଧର ପ୍ରୟୋଗ କରାଯାଇଥିଲା । ରୋଗୀଙ୍କୁ ଦିଆଯାଇଥିଲା ଦୋସ୍ତାରଲିମାବ ନାମକ ଏକ ଔଷଧ । ଆଉ ୬ ମାସ ପରେ ସବୁ ରୋଗୀଙ୍କ ଟ୍ୟୁମର ଉଭେଇଯାଇଥିଲା । ଏହା ଥିଲା ଏକ ଛୋଟ କ୍ଲିନିକାଲ ଟ୍ରାଏଲ୍ । ଦୋସ୍ତାରଲିମାବ ହେଉଛି ଏକ ପରୀକ୍ଷାଗାର ପ୍ରସ୍ତୁତ ଔଷଧ କଣିକା ଯାହା, ମାନବ ଶରୀରରେ ଆଂଟିବଡି ଭାବେ କାମ କରେ । ଏହି ଔଷଧ ପ୍ରୟୋଗ ଦ୍ବାରା ସବୁ ରୋଗୀ ସୁସ୍ଥ ହୋଇଯାଇଥିଲେ । କ୍ୟାନସର ରୋଗର ଇତିହାସରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇଛି ବୋଲି ନ୍ୟୁୟର୍କର ମେମୋରିଆଲ ସ୍ଲୋଆନ କେଟେରିଙ୍ଗ କ୍ୟାନସର ସେଣ୍ଟରର ଡକ୍ଟର ଲୁଇସ ଏ. ଡିଆଜ କହିଛନ୍ତି ।