ବିଜେଡିରେ ମିଶିଲେ ମୀରା ପରିଡା

ବିଜେଡିରେ ମିଶିଲେ ମୀରା ପରିଡା

ଭୁବନେଶ୍ୱର: ମୀରା ପରିଡା ରବିବାର ବିଡେଡିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ, ବେଗୁନିଆ ବିଧାନସଭା ଆସନରୁ ମୀରା ଲଢ଼ିବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ଏଣୁ ବିଜେଡି ତାଙ୍କୁ ସେଠାରୁ ପ୍ରାର୍ଥୀ କରିପାରେ ବୋଲି ଆଶା କରାଯାଉଛି।