ବିଧାନସଭାର ଶୀତ ଅଧିବେଶନ ଆସନ୍ତାକାଲି

ବିଧାନସଭାର ଶୀତ ଅଧିବେଶନ ଆସନ୍ତାକାଲି

ବିଧାନସଭାର ଶୀତ ଅଧିବେଶନ ଆସନ୍ତାକାଲି
ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ଏହା ପୂର୍ବରୁ ମଙ୍ଗଳବାର ବିଧାନସଭାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ ବି.କେ. ଶର୍ମା। ଏହାସହ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ବିଧାନସଭା ଶୀତ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଡିଜିପି କହିଛନ୍ତି। ସେ ଆହୁରି କହିଛନ୍ତି, “ସୁରକ୍ଷା ବ୍ୟବସ୍ଥା ପାଇଁ ୭ମ ବାଟାଲିୟନର ସ୍ୱତନ୍ତ୍ର ଟିମ୍ ରହିବେ। ଏହା ସହ ପୂରା ଗାନ୍ଧି ମାର୍ଗ ସିସିଟିଭି ନଜରରେ ରହିବ। ଅଧିବେଶନ ବେଳେ ଚାଲୁଥିବା ଥିବା ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କ ଉପରେ କଡ଼ା ନଜର ରଖାଯିବ।”