ବିନା ଚିନି ଚା’ର ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା

ବିନା ଚିନି ଚା’ର ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା

ବିନା ଚିନି ଚା’ର ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା
ଅଧିକ ମୋଟା ବା ମଧୁମେହ ହେବା ଭୟରେ ଲୋକେ ଏବେ କିଛି ମାତ୍ରାରେ ସତର୍କ ହେଲେଣି । ଚିନି ପରିବର୍ତ୍ତେ ସୁଗାର ଫ୍ରିର ବ୍ୟବହାର ଅଧିକ କରିବାରେ ଲାଗିଲେଣି । ହାତର ଯାଦୁ ଏବଂ ସୁଆଦିଆ ବିନା ଚିନି ଚା’ର ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା । -ଚିନି ପରିବର୍ତ୍ତେ ଅଳ୍ପ ମହୁ ବ୍ୟବହାର କରି ମଧ୍ୟ, ମିଠା ଓ ସ୍ୱାସ୍ଥ୍ୟ ପାଇଁ ହିତକାରୀ ଚା’ ପିଇପାରିବେ । ହେଲେ ଗୋଟେ କଥା ମନେ ରଖିବେ , ଚା’ ପ୍ରସ୍ତୁତ କରିବା ସମୟରେ ଚା’ରେ ମହୁ ପକାଇବେ ନାହିଁ । ଚା’ ପ୍ରସ୍ତୁତ କରି ସାରିବା ପରେ, କପ୍‌ରେ ମହୁ ପକାଇବେ । -ଚିନି ପରିବର୍ତ୍ତେ ଗୁଡ ଚା’ ମଧ୍ୟ ପିଇପାରିବେ । ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଗୁଡକୁ ଚା’ରେ ମିଶାଇ ପିଇବା ଦ୍ୱାରା, ଓଜନ ବୃଦ୍ଧି ହେବାର ଭୟ ନଥାଏ । -କିସ୍‌ମିସ୍‌କୁ ଅଳ୍ପ ଭାଜି ତାକୁ ଗୁଣ୍ଡ କରି,ଚା ପ୍ରସ୍ତୁତ କରିବା ପରେ ସେଥିରେ ଚିନି ବଦଳରେ ଏହି ଗୁଣ୍ଡ ଅଳ୍ପ ମିଶାଇ ପିଇବା ମଧ୍ୟ, ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ । -ଡାଇବେଟିସ୍ ରୋଗୀଙ୍କ ପାଇଁ ବିନା ଚିନି ଚା’ ବହୁତ୍ ଉପକାରୀ ହୋଇଥାଏ ।