ମଦୁଆ ପୁଅର ଉନ୍ନତ୍ତକାଣ୍ଡ, ବାପାକୁ ମାରି ନିଜେ ମଲା

ମଦୁଆ ପୁଅର ଉନ୍ନତ୍ତକାଣ୍ଡ, ବାପାକୁ ମାରି ନିଜେ ମଲା

ମଦୁଆ ପୁଅର ଉନ୍ନତ୍ତକାଣ୍ଡ, ବାପାକୁ ମାରି ନିଜେ ମଲା
କୋମନା/ନୂଆପଡ଼ା - ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳରେ ରବିବାର ଦିନ ମଦ ନିଶାରେ ଚୁର୍ ହୋଇ ଜଣେ ଯୁବକ ଅଭାବନୀୟ କାଣ୍ଡ ଘଟାଇଛନ୍ତି । ନିଜ ବାପାଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ନିଜେ ଏକ ଗଛରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତକ ରାମସିଂ ମାଝୀ (୭୦) ଓ ତାଙ୍କ ପୁଅ ନାମ ଦେବଚରଣ (୨୭) ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ, ଗାତିବେଡ଼ା ଗ୍ରାମ ଆମପଡ଼ାରେ ଥିବା ଖଳାରେ ରାମସିଂଙ୍କ ଆବାସ ଯୋଜନାରେ ଘର ନିର୍ମାଣ ଚାଲିଥିଲା । ସେଠାରେ କୌଣସି କଥାକୁ ନେଇ ବାପପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରାଗି ଯାଇ ଦେବଚରଣ ପାଖରେ ପଡ଼ିଥିବା ଏକ ପଥରରେ ବାପାଙ୍କୁ ଛେଚି ଦେଇଥିଲା । ଘଟଣାସ୍ଥଳରେ ହିଁ ରାମସିଂହଙ୍କ ମୃତୁ୍ୟ ଘଟିଥିଲା । ଏହା ପରେ ମାନସିକ ଭାରସାମ୍ୟ ହରାଇ ଦେବଚରଣ ଘଟଣା ସ୍ଥଳରୁ ୫୦ ମିଟର ଦୂରରେ ଥିବା ଏକ ବାହାଡ଼ା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଦେବଚରଣ ବିବାହିତ ଓ ତାଙ୍କର ପୁଅ ଝିଅ ଅଛନ୍ତି ।