ମଧ୍ୟପ୍ରଦେଶରେ ୨ ବିଜେପି ବିଧାୟକ କଂଗ୍ରେସକୁ ସମର୍ଥନ କଲେ

ମଧ୍ୟପ୍ରଦେଶରେ ୨ ବିଜେପି ବିଧାୟକ କଂଗ୍ରେସକୁ ସମର୍ଥନ କଲେ

ମଧ୍ୟପ୍ରଦେଶରେ ୨ ବିଜେପି ବିଧାୟକ କଂଗ୍ରେସକୁ ସମର୍ଥନ କଲେ
ଭୋପାଳ: ମଧ୍ୟପ୍ରଦେଶରେ ବିଜେପିକୁ ଆଜି ଶକ୍ତ ଝଟକା ଲାଗିଛି । ରାଜ୍ୟରେ ୨ ଜଣ ବିଜେପି ବିଧାୟକ ନାରାୟଣ ତି୍ରପାଠୀ ଓ ଶରଦ କୋଲ ଆଜି ବିଧାନସଭାରେ ଅପରାଧିକ ଆଇନ (ମଧ୍ୟପ୍ରଦେଶ ସଂଶୋଧନ) ବିଲ୍ ୨୦୧୯ ପାଇଁ ଭୋଟ ଗ୍ରହଣ ସମୟରେ କଂଗ୍ରେସ ସରକାରଙ୍କୁ ସମର୍ଥନ କରିଥିଲେ । ଉଭୟ ବିଜେପି ବିଧାୟକ କହିଛନ୍ତି, ସେମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ କରିଥିବାରୁ କମଳନାଥ ସରକାରକୁ ସମର୍ଥନ କରିଛନ୍ତି । ଏହି ବିଲ୍ ଉପରେ ଭୋଟ୍ ଗ୍ରହଣ ସମୟରେ ୧୨୨ ବିଧାୟକ କଂଗ୍ରେସ ସରକାର ସପକ୍ଷରେ ଭୋଟ ଦେଇଥିଲେ । ୨୩୦ ଆସନ ବିଶିଷ୍ଟି ଗୃହରେ ଶାସକ କଂଗ୍ରେସ ପାଇଁ ୧୨୧ ବିଧାୟକଙ୍କ ସମର୍ଥନ ଅଛି । କଂଗ୍ରେସର ୧୨୦ ବିଧାୟକଙ୍କ ବାଦ୍ ବିଜେପିର ୨ ଜଣ ବିଧାୟକ କଂଗ୍ରେସ ସରକାରଙ୍କୁ ସମର୍ଥନ କରିଛନ୍ତି । ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଉଭୟ ତି୍ରପାଠୀ ଏବଂ କୋଲ କହିଛନ୍ତି ଯେ ସେମାନେ କମଳନାଥ ସରକାରକୁ ସମର୍ଥନ କରିବା ପଛରେ କେବଳ ନିଜ ଅଞ୍ଚଳ ପାଇଁ ବିକାଶ ଏଜେଣ୍ଡା ରହିଛି । ତେବେ ଏହି ୨ ବିଧାୟକ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।