ମୋଦୀ-ଶାହା ହିନ୍ଦୀ ସିନେମାର 'ଜୟ-ବୀରୁ' ଏବଂ ପୁରାଣ ଯୁଗର 'କୃଷ୍ଣ-ଅର୍ଜୁନ':ରଜନୀକାନ୍ତ

ମୋଦୀ-ଶାହା ହିନ୍ଦୀ ସିନେମାର 'ଜୟ-ବୀରୁ' ଏବଂ ପୁରାଣ ଯୁଗର 'କୃଷ୍ଣ-ଅର୍ଜୁନ':ରଜନୀକାନ୍ତ

ମୋଦୀ-ଶାହା ହିନ୍ଦୀ ସିନେମାର 'ଜୟ-ବୀରୁ' ଏବଂ ପୁରାଣ ଯୁଗର 'କୃଷ୍ଣ-ଅର୍ଜୁନ':ରଜନୀକାନ୍ତ
ଚେନ୍ନଇ : ଧାରା ୩୭୦ ଉଚ୍ଛେଦ ପରିପ୍ରେକ୍ଷୀରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସୁପରଷ୍ଟାର ରଜନୀକାନ୍ତ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ମୋଦୀ ଓ ଶାହା ଠିକ ହିନ୍ଦୀ ସିନେମାର ଜୟ-ବୀରୁ ଏବଂ ପୁରାଣ ଯୁଗର କୃଷ୍ଣ-ଅର୍ଜୁନ ଯୋଡି ଭଳି। ରବିବାର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ କାର୍ୟ୍ୟକାଳର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଚେନ୍ନଇଠାରେ ତାଙ୍କର ଏକ ପୁସ୍ତକ ଉନ୍ମୋଚନ ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗଦେଇ ଧାରା-୩୭୦ ଉଚ୍ଛେଦ ପରେ ଏବେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ସମାପ୍ତ ହେବ ଏବଂ ରାଜ୍ୟର ଖୁବ୍‌ ବିକାଶ ହେବ ବୋଲି ଦର୍ଶାଇଛନ୍ତି। ଶାହା କହିଥିଲେ ଯେ, ଯେ ଧାରା ୩୭୦ ଦେଶ ପାଇଁ କୌଣସି ଦିଗରୁ ଲାଭପ୍ରଦ ନ ଥିଲା; ଏଣୁ ତାହାକୁ ଉଚ୍ଛେଦ କରିବା ଜରୁରୀ ଥିଲା। ଏହି ପଦକ୍ଷେପ ଦ୍ବାରା କିଭଳି ସ୍ଥିତି ଉତ୍ପନ୍ନ ହେବ ତାହାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଭାବେ ସେ ଆଦୌ ଚିନ୍ତିତ ନ ଥିଲେ; କାରଣ ସେ ବେଶ୍‌ ଜାଣିଥିଲେ ଏହାଦ୍ବାରା କେବଳ ବିକାଶ ହିଁ ହେବ। ଏ ସମ୍ବନ୍ଧୀୟ ବିଧେୟକକୁ ରାଜ୍ୟସଭାରେ ଆଗତ କରିବା ନେଇ କେନ୍ଦ୍ର ଏକପ୍ରକାର ଆଶଙ୍କା ମଧ୍ୟରେ ଥିଲା; ରାଜ୍ୟସଭା ଅଧ୍ୟକ୍ଷ ନାଇଡୁଙ୍କ ଯୋଗୁଁ ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ ବୋଲି ଶାହା ପ୍ରକାଶ କରିଥିଲେ। ନାଇଡୁଙ୍କ ପୁସ୍ତକ ଉପରେ ମତ ରଖି ସେ କହିଛନ୍ତି, ଏହା ଅଧ୍ୟକ୍ଷ ଭାବେ ନାଇଡୁଙ୍କ କାର୍ୟ୍ୟକାଳ ତଥା ତାଙ୍କ ଜୀବନର ବ୍ୟାଖ୍ୟା କରେ। ତାଙ୍କ ଜୀବନଚର୍ୟ୍ୟା ଅନୁକରଣୀୟ। ସେ ଏହି ଧାରା ଉଚ୍ଛେଦ ପାଇଁ ଏକଦା ଆନ୍ଦୋଳନ କରିଥିଲେ। ଏବେ ସେ ରାଜ୍ୟସଭା ଅଧ୍ୟକ୍ଷ ଥିବାବେଳେ ତାଙ୍କ ଦାବି ପୂରଣ ହୋଇଛି ବୋଲି ଶାହା ଦର୍ଶାଇଛନ୍ତି। ଭେଙ୍କୋନାଇଡୁ ମଧ୍ୟ ଧାରା ୩୭୦ ଉଚ୍ଛେଦ ନେଇ ସରକାରଙ୍କୁ ପ୍ରଶଂସା କରିଥିଲେ।