ଲଜ୍ଜା: ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ

ଲଜ୍ଜା: ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ

ଲଜ୍ଜା: ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ

କନ୍ଧମାଳ: କନ୍ଧମାଳରେ ପୁଣି ଲଜ୍ଜ୍ୟା । ଘରେ ଶୋଇଥିବା ସମୟରେ ନାବାଳିକାକୁ ଘରୁ ଉଠାଇ ନେଇ ଏକ ନିଛାଟିଆ ଜାଗାରେ ବନ୍ଦୀ କରି ରଖି ୩ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ । ସୂଚନା ଅନୁସାରେ ଏହି ଅଞ୍ଚଳର ଜଣେ ନବମ ଶ୍ରେଶୀ ଛାତ୍ରୀ ତା ଭଉଣୀ ସହିତ ଘରେ ଶୋଇଥିବା ସମୟରେ ହଠାତ୍ କିଛି ଦୁବୃର୍ତ୍ତ ଆସି ଛାତ୍ରୀ ଜଣଙ୍କୁ ଘରୁ ଅପହରଣ କରି ନେଇଯାଇଥିଲେ ।

ଏହାପରେ ତାଙ୍କୁ ଗାଁ ପାଖ ଏକ ଜଙ୍ଗଲ ନିକଟରେ ରଖି ୩ ଦିନ ଧରି ଗଣଦୁଷ୍କର୍ମ କରିଥିଲେ । ନାବାଳିକା ନିଖୋଜ ହେବା ଘଟଣା  ଗାଁରେ ପ୍ରଘଟ ହେବା ପରେ ଅଭିଯୁକ୍ତମାନେ ଭୟରେ ନାବାଳିକାକୁ ପୁଣି ଗାଁ ମୁଣ୍ଡରେ ଛାଡି ପଳାଇଥିଲେ । ଏହାପରେ ବହୁ କଷ୍ଟରେ ନାବାଳିକା ଜଣଙ୍କ ଅତି ଗୁରୁତର ଅବସ୍ଥାରେ ଘରେ ପହଞ୍ଚି ପରିବାର ଲୋକଙ୍କ ଆଗରେ ସବୁ କଥା ବଖାଣିଥିଲେ,  ପରିବାର ଲୋକ ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ଏପର୍ୟ୍ୟନ୍ତ ଅଭିଯୁକ୍ତମାନେ ଧରାପଡିନଥିବା ଜଣାପଡିଛି । ସେପଟେ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି ।