ଶର୍ମିଲା ଟାଗୋର: ଯେମିତି ସୁନ୍ଦରୀ ସେମିତି ଅଭିନୟ ପ୍ରବଣା

ଶର୍ମିଲା ଟାଗୋର: ଯେମିତି ସୁନ୍ଦରୀ ସେମିତି ଅଭିନୟ ପ୍ରବଣା

ଶର୍ମିଲା ଟାଗୋର: ଯେମିତି ସୁନ୍ଦରୀ ସେମିତି ଅଭିନୟ ପ୍ରବଣା
ଶର୍ମିଲା ଟାଗୋର୍ ସତୁରି ଦଶକର ଲୋକପି୍ରୟ ଅଭିନେତ୍ରୀ ଥିଲେ । ଯେମିତି ସୁନ୍ଦରୀ ସେମିତି ଅଭିନୟ ପ୍ରବଣା । କଶ୍ମୀର କି କଲି, ଆରାଧନା, ଅମର ପ୍ରେମ ପରି ଅନେକ ସଫଳ ସିନେମାର ସେ ନାୟିକା । କେବଳ ଜଣେ ଅଭିନେତ୍ରୀ ବା ସେଲିବ୍ରିଟି ନୁହନ୍ତି, ଆଉ କିଛି କ୍ଷେତ୍ରରେ ତାଙ୍କର ପରିଚୟ ରହିଛି । ସେ ସିନେମା ସେନ୍ସର୍ ବୋର୍ଡର ଅଧ୍ୟକ୍ଷା ଭାବେ ଅବସ୍ଥାପିତ ହେବା ସହିତ ତାଙ୍କୁ ଦେଶର ମର୍ଯ୍ୟାଦାଜନକ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । ବିଳମ୍ବରେ ପୁରସ୍କାର ଫିଲ୍ମ ଦୁନିଆରେ ପ୍ରବେଶ କରିବାଠାରୁ ପ୍ରାୟ ୧୬ ବର୍ଷ ପର୍ଯ୍ୟନ୍ତ ଶର୍ମିଲାଙ୍କୁ କୌଣସି ପୁରସ୍କାର ମିଳିନଥିଲା । ୧୯୭୫ରେ ଗୁଲ୍ଜାର୍ଙ୍କ ନିଦେ୍ର୍ଧଶିତ ‘ମୌସମ୍’ ଫିଲ୍ମରେ ସଂଜୀବ କୁମାରଙ୍କ ବିପକ୍ଷରେ ସେ ନାୟିକା ସାଜିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ସଫଳ ସିନେମା ଆରାଧନା, ଦାଗ୍, କଶ୍ମୀର କୀ କଲି, ଅମର ପ୍ରେମ, ଆନ୍ ଇଭିନିଂ ଇନ୍ ପ୍ୟାରିସ୍, ମୌସୁମ୍, ମାଲିକ୍, ମେରେ ହମ୍ସଫର୍, ମନ୍ ପରି ଅନେକ ସଫଳ ସିନେମାର ନାୟିକା ହେଉଛନ୍ତି ଅଭିନେତ୍ରୀ ଶର୍ମିଲା । ଟାଗୋର୍ଙ୍କ ସମ୍ପର୍କୀୟ ୧୯୪୪ ମସିହା ନଭେମ୍ବର ୮ ତାରିଖରେ ଶର୍ମିଲା ଟାଗୋର୍ଙ୍କ ଜନ୍ମ । ଶର୍ମିଲା ଟାଗୋର୍ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର୍ଙ୍କ ଦୂର ସଂପର୍କୀୟ ବୋଲି କୁହାଯାଏ । ପଟୌଦୀଙ୍କ ବେଗମ୍ ଶର୍ମିଲା ଟାଗୋର୍ ପୂର୍ବତନ କି୍ରକେଟର୍ ତଥା ଅଧିନାୟକ ନୱାବ୍ ମହମ୍ମଦ ମନ୍ସୁର ଅଲ୍ଲୀ ଖାନ୍ ପଟୌଦୀଙ୍କୁ ବିବାହ କରିଥିଲେ । ଏକଦା ଏକ କାର୍ଯ୍ୟକ୍ରମରେ ଶର୍ମିଲା ଓ ପଟୌଦୀଙ୍କର ଦେଖା ହେଇଥିଲା । ସେବେଠାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ମାତ୍ର ଶର୍ମିଲା ଚାରି ବର୍ଷ ପର୍ଯ୍ୟନ୍ତ ସମ୍ପର୍କକୁ ସହମତି ଦେଇ ନ ଥିଲେ । କୁହାଯାଏ ମନ୍ସୁର୍ ଶର୍ମିଲାଙ୍କୁ ମନେଇବା ପାଇଁ ଗୋଲାପ ଫୁଲ ସହିତ ଚିଠି ଲେଖି ପଠାଉଥିଲେ । ଏମିତିକି ଏକ ଫି୍ରଜ୍ ଉପହାର ଦେଇଥିଲେ । ସେତେବେଳେ ଏହା ଦାମୀ ଉପହାର ଥିଲା । ମନ୍ସୁରଙ୍କୁ ସହମତି ପ୍ରଦାନ ବେଳେ ବିରୋଧ କରୁଥିବା ପରିବାର ଲୋକଙ୍କୁ ଶର୍ମିଲା ବୁଝାସୁଝା କରି ବହୁ କଷ୍ଟରେ ରାଜି କରାଇଥିଲେ । ବିବାହ ପରେ ଶର୍ମିଲାଙ୍କ ନୂଆ ନାମ ଦିଆଗଲା ବେଗମ୍ ଆୟେଶା ସୁଲ୍ତାନା । ହେଲେ ଏବେ ବି ତାଙ୍କର ପରିବାର ଓ ପ୍ରଶଂସକମାନେ ତାଙ୍କୁ ଶର୍ମିଲା ନାଁରେ ଡାକୁଛନ୍ତି । ବିବାହ ପରେ ମଧ୍ୟ ଶର୍ମିଲା ତାଙ୍କ ଅଭିନୟ ଜାରି ରଖିଥିଲେ । ପଦ୍ମଭୂଷଣ ଶର୍ମିଲା ଶର୍ମିଲା ହିନ୍ଦୀ ବ୍ୟତୀତ ବଙ୍ଗଳା, ମଲୟାଲମ୍, ମରାଠୀ ଏବଂ ଇଂରାଜୀ ଫିଲ୍ମରେ ଅଭିନୟ କରିଥିଲେ । ଭାରତୀୟ ସିନେମା ଜଗତରେ ନିଜର ମହତ୍ତ୍ୱପୂଣ୍ଣ ଯୋଗଦାନ ଯୋଗୁ ୨୦୦୪ରୁ ୨୦୧୧ ପର୍ଯ୍ୟନ୍ତ ତାଙ୍କୁ ସିନେମା ସେନ୍ସର୍ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ଶର୍ମିଲାଙ୍କୁ ୨୦୧୩ରେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା ।