ଶିବସେନାରେ ସାମିଲ ହେଲେ ପ୍ରିୟଙ୍କା ଚତୁର୍ବେଦୀ

ଶିବସେନାରେ ସାମିଲ ହେଲେ ପ୍ରିୟଙ୍କା ଚତୁର୍ବେଦୀ

ଶିବସେନାରେ ସାମିଲ ହେଲେ ପ୍ରିୟଙ୍କା ଚତୁର୍ବେଦୀ
ନୂଆଦିଲ୍ଲୀ: ପ୍ରିୟଙ୍କା ଚତୁର୍ବେଦୀ ଆଜି କଂଗ୍ରେସର ଦଳରୁ ଇସ୍ତଫା ଦେଇଥିବାବେଳେ ଶିବସେନାରେ ସାମିଲ ହୋଇଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ଏହି ଅବସରରେ ପ୍ରିୟଙ୍କା କହିଛନ୍ତି, ମୁଁ ମୁମ୍ବଇ ପାଇଁ କାମ କରିବାକୁ ଚାହୁଁଛି। ଏଥିପାଇଁ ଶିବସେନାରେ ସାମିଲ ହୋଇଛି। ଶିବସେନାରେ ମିଶିବା ପରେ ପ୍ରିୟଙ୍କା ଏକ ଟ୍ଵିଟ୍‌ କରି କହିଛନ୍ତି ‘କଂଗ୍ରେସରୁ ଇସ୍ତଫା ଦେବା ପରେ ବହୁ ମାନସ ମନ୍ଥନ କରି ଶେଷର ମୁଁ ଶିବସେନାରେ ଯୋଗ ଦେବାକୁ ଉଚିତ ମନେ କଲି।’