ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା
ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା
admin
Mar 29, 2019 - 05:06
Updated: Mar 29, 2019 - 05:06
ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାଲିଆପାଳ ସାଉଡ଼ି ଗ୍ରାମରେ ୫ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଟ୍ୟୁମର ରୋଗରେ ଆକ୍ରାନ୍ତ ଥିବା ଶିଶୁକନ୍ୟାଟିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଡ଼ାକ୍ତରଙ୍କ ଅବହେଳା ଯୋଗୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହା ସହ ଶିଶୁକନ୍ୟାଟିର ମୃତଦେହକୁ ଡାକ୍ତରଖାନା ଆଗରେ ରଖି ପରିବାର ପକ୍ଷରୁ ରାସ୍ତାରୋକ କରାଯାଇଛି। ସୂଚନାରୁ ଜଣାପଡୁଛି ଯେ ବୁଧବାର ଦିନ ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ତାର ଟ୍ୟୁମରର ଅସ୍ତ୍ରୋପଚାର କରାଯାଇଥିଲା । ଏହା ପରେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଆରମ୍ଭ କରିଥିଲା । ଏହା ପରେ ପରିବାର ଲୋକ ଫୋନ୍ କରିଥିଲେ ମଧ୍ୟ ଡାକ୍ତର ଫୋନ୍ ଉଠାଇ ନ ଥିଲେ । ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ସେମାନେ କଟକ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ଶିଶୁକୁ କଟକ ସ୍ଥାନାନ୍ତର କରାଯାଉଥିବାବେଳେ ସେ ଯାଜପୁର ପାଣିକୋଇଲି ନିକଟରେ ପ୍ରାଣ ହରାଇଥିଲା ।