ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ଇସ୍ପାତ ମନ୍ତ୍ରଣାଳୟ ସହଯୋଗ କରିବ: ଧର୍ମେନ୍ଦ୍ର

ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ଇସ୍ପାତ ମନ୍ତ୍ରଣାଳୟ ସହଯୋଗ କରିବ: ଧର୍ମେନ୍ଦ୍ର

ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ଇସ୍ପାତ ମନ୍ତ୍ରଣାଳୟ ସହଯୋଗ କରିବ: ଧର୍ମେନ୍ଦ୍ର
ଭୁବନେଶ୍ୱର : କେନ୍ଦ୍ରୀୟ ବଜେଟରେ ୨୦୨୪ ସୁଦ୍ଧା ଦେଶର ସମସ୍ତ ଘରକୁ ପାଣି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଓ ଇସ୍ପାତ ମନ୍ତ୍ରଣାଳୟ ମିଳିତ ଭାବେ ମିସନ ମୋଡରେ କାମ କରିବା ଉପରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ଏ ନେଇ ସେ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ପତ୍ର ଲେଖିବା ସହ ଜଳ ଶକ୍ତି ମନ୍ତ୍ରଣାଳୟ ଅଧିକାରୀମାନଙ୍କ ସହ ସମ୍ପର୍କରେ ରହି କାମ କରିବାକୁ ଇସ୍ପାତ ମନ୍ତ୍ରଣାଳୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି, ଜଳ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ନାଗରିକଙ୍କୁ ସଚେତନ ହୋଇ ଜଳଶକ୍ତି ଅଭିଯାନ ପାଇଁ ଆହ୍ୱାନ ଦେଇଥିଲା ବେଳେ ଏହି ଅଭିଯାନରେ ଇସ୍ପାତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାରଣ ସବୁ ସ୍ତରରେ ଜଳର ଗୋଟିଏ ଜାଗାକୁ ଅନ୍ୟ ଜାଗାକୁ ନେବାକୁ ହେଲେ ଇସ୍ପାତ ପରି ପଦାର୍ଥର ଆବଶ୍ୟକ ରହିଥାଏ । ଫଳରେ ଜଳର ଲିକେଜ କମ୍ ହେବା ସହ ରକ୍ଷଣା ବେକ୍ଷଣ ଖର୍ଚ୍ଚକୁ ମଧ୍ୟ କମ କରାଯାଇପାରିବ । ଷ୍ଟିଲ ପାଇପର ବ୍ୟବହାର ସୁବିଧାଜନକ ତଥା ପ୍ରତିରୋଧକ କ୍ଷମତା ଅଧିକ । ଏହା ବାଦ ଷ୍ଟିଲ ବ୍ୟବହାର ଦ୍ୱାରା ଖର୍ଚ୍ଚ ମଧ୍ୟ କମ ହୋଇଥାଏ । ଲଗାତାର ବ୍ୟବହାର ଜଳସେଚନ ଉଦ୍ଦେଶ୍ୟରେ ମଧ୍ୟ କରାଯାଇପାରେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦିଲ୍ଲୀରେ ଜଳ ପରିବହନ ବିତରଣରେ ୪୫ ପ୍ରତିଶତ ଲିକେଜ ହେଉଛି । ଷ୍ଟିଲ ଦ୍ୱାରା ଏହାକୁ ରୋକାଯାଇପାରିବ । କେନ୍ଦ୍ର ସରକାରଙ୍କ ସବୁ ଘରକୁ ପାଣି ଅଭିଯାନରେ ଇସ୍ପାତ ମନ୍ତ୍ରଣାଳୟ ସବୁ ପ୍ରକାର ସହଯୋଗ କରିବ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।