ସହାୟ କମିସନଙ୍କ ଚୂଡ଼ାନ୍ତ ରିପୋର୍ଟ: ଗୁମ୍ନାମି ବାବା ନେତାଜୀ ନଥିଲେ

ସହାୟ କମିସନଙ୍କ ଚୂଡ଼ାନ୍ତ ରିପୋର୍ଟ: ଗୁମ୍ନାମି ବାବା ନେତାଜୀ ନଥିଲେ

ସହାୟ କମିସନଙ୍କ ଚୂଡ଼ାନ୍ତ ରିପୋର୍ଟ: ଗୁମ୍ନାମି ବାବା ନେତାଜୀ ନଥିଲେ
ଲକ୍ଷ୍ନୌ - ଗୁମ୍ନାମି ବାବା ଓରଫ ଭଗୱାନଜୀ ପ୍ରକୃତରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନଥିଲେ ବୋଲି ବିଚାରପତି ବିଷ୍ଣୁ ସହାୟ କମିସନ ତାଙ୍କ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି । ରହସ୍ୟମୟ ଗୁମ୍ନାମି ବାବାଙ୍କ ଉପରେ ତଦନ୍ତ କରୁଥିବା ଜଷ୍ଟିସ ସହାୟ କମିଶନ କହିଛନ୍ତି ଯେ, ଗୁମ୍ନାମି ବାବା ପ୍ରକୃତରେ ନେତାଜୀ ନଥିଲେ । ସେ ନେତାଜୀଙ୍କ ଜଣେ ସମର୍ଥକ ଥିଲେ । ଗୁମ୍ନାମି ବାବାଙ୍କ କଣ୍ଠସ୍ୱର ନେତାଜୀଙ୍କ କଣ୍ଠ ସ୍ୱର ସହ ମିଶିଯାଉଥିଲା ବୋଲି କମିସନ ନିଜର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି । ୧୯୮୫ ସେପ୍ଟେମ୍ବର ୧୬ରେ ଗୁମ୍ନାମି ବାବାଙ୍କର ଦେହାନ୍ତ ହୋଇଥିଲା । ଅଯୋଧ୍ୟାର ଗୁପ୍ତାର ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଗୁମ୍ନାମି ବାବା ନେତାଜୀ ନଥିଲେ ବୋଲି କମିସନ ୧୧ଟି ଗୁରୁତ୍ୱପୂର୍ଣ୍ଣ ଯୁକ୍ତି ଉଲ୍ଲେଖ କରିଛନ୍ତି । କମିସନଙ୍କ ଚୂଡ଼ାନ୍ତ ରିପୋର୍ଟ ଅନୁସାରେ, ଗୁମ୍ନାମି ବାବା ନେତାଜୀଙ୍କ ଜଣେ ସମର୍ଥକ ଥିଲେ । ମାତ୍ର, ଯେତେବେଳେ ଲୋକେ ତାଙ୍କୁ ନେତାଜୀ କହିବା ଆରମ୍ଭ କରିଥିଲେ, ସେ ନିଜର ଠିକଣା ବଦଳାଇ ଦେଇଥିଲେ । ଗୁମ୍ନାମି ବାବା ମୁ୍ୟଜିକ୍ ଓ ଖାଦ୍ୟ ପ୍ରିୟ ଥିଲେ ଏବଂ ସିଗାରେଟ୍ ଟାଣୁଥିଲେ । ଆଉ ମଧ୍ୟ ତାଙ୍କ କଣ୍ଠ ସ୍ୱର ନେତାଜୀଙ୍କ କଣ୍ଠସ୍ୱର ସହ ମେଳ ଖାଉଥିଲା । ବାବା ମଧ୍ୟ ଜଣେ ବଙ୍ଗାଳୀ ଥିଲେ ଏବଂ ତାଙ୍କର ଇଂରାଜି, ହିନ୍ଦୀ ଭାଷାରେ ମଧ୍ୟ ଦକ୍ଷତା ଥିଲା । ଜଣିକିଆ ସଦସ୍ୟଙ୍କୁ ନେଇ ସହାୟ କମିସନ ୨୦୧୬ ଜୁନ୍ ୨୮ରେ ଗଠିତ ହୋଇଥିଲା ଏବଂ ୨୦୧୭ ସେପ୍ଟେମ୍ବର ୧୯ରେ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ । ୨୦୧୩ ଜାନୁୟାରୀ ୩୧ରେ ଆହ୍ଲାବାଦ ହାଇକୋର୍ଟ କମିସନ ଗଠନ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ତେବେ କୋଲକାତାର ବୁଲ୍ବୁଲ ନାମକ ଜଣେ ବ୍ୟକ୍ତି ଗୁମ୍ନାମି ବାବାଙ୍କୁ ଏକ ପତ୍ର ଲେଖିଥିଲେ ଯେ, "ଆପଣ ଆମ ଘରକୁ ଆସିଲା ପରେ ନେତାଜୀଙ୍କ ଜୟନ୍ତୀ ପାଳନ କରିବା' । ବୁଲବୁଲ୍ଙ୍କ ଏହି ଚିଠି ପ୍ରମାଣ କରିଥିଲା ଗୁମ୍ନାମି ବାବା ଓ ନେତାଜୀ ଏକ ନୁହଁନ୍ତି, ଦୁହେଁ ଭିନ୍ନ ।