ସେଣ୍ଟ୍ରିଂ ତଳେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ

ସେଣ୍ଟ୍ରିଂ ତଳେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ

ସେଣ୍ଟ୍ରିଂ ତଳେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ

ରାୟଗଡ଼ା: ବ୍ରିଜ କାମ ଚାଲିଥିବା ବେଳେ ସେଣ୍ଟ୍ରିଂ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ରାୟଗଡ଼ା ଜିଲ୍ଲାରେ। ମୃତ ଶ୍ରମିକ ଜଣଙ୍କ ହେଲେ କାସରି ମାଝି। ତାଙ୍କ ଘର କାଶୀପୁର ଅଞ୍ଚଳର। କଲ୍ୟାଣସିଂହପୁର ଥାନା ସଦର ବଡ଼ଦ୍ୱାରସାହିରେ ଥିବା କଲ୍ୟାଣୀ ନଦୀରେ ବ୍ରିଜ କାମ ଚାଲିଛି। ଗତକାଲି କାସରି ଏକୁଟିଆ ସେଣ୍ଟ୍ରିଂ ଖୋଲିବାକୁ ଯାଇଥିଲେ। ଏହି ସମୟରେ  ସେଣ୍ଟ୍ରିଂଟି ତାଙ୍କ  ଉପରେ ପଡ଼ିଯାଇଥିଲା। କାସରି ସେଣ୍ଟ୍ରିଂ ତଳେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
କାସରି ସେଣ୍ଟ୍ରିଂତଳେ ଚାପି ହୋଇ ରହିଥିବା ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ ଦେଖିଥିଲେ। ଏନେଇ ଠିକାଦାରଙ୍କୁ ଜଣାଇଥିଲେ।  ଠିକାଦାର ପୁଲିସକୁ ଏହି ବିଷୟରେ ଜଣାଇବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।  ପୁଲିସ ଘଟଣାର ତଦନ୍ତ କରୁଛି। କଲ୍ୟାଣୀ ନଦୀ ଉପରେ ବିଜୁ ସେତୁ ଯୋଜନାରେ  ବିଜ୍ର କାମ ଚାଲିଛି।  ୨୦୧୯ ମସିହାରୁ ଏହି ବିଜ୍ର କାମଟି ଆରମ୍ଭ ହୋଇଥିଲେ ମଧ୍ୟ ତାହା ଏପର୍ୟ୍ୟନ୍ତ ଶେଷ ହୋଇନାହିଁ।