ସ୍ମାର୍ଟ ଜନପଥରେ ହେବ ସାଂସ୍କୃତିକ କରିଡର : ୩୦ଟି ଜିଲ୍ଲାର ପ୍ରସିଦ୍ଧ ସାମଗ୍ରୀ ମିଳିବ
ସ୍ମାର୍ଟ ଜନପଥରେ ହେବ ସାଂସ୍କୃତିକ କରିଡର : ୩୦ଟି ଜିଲ୍ଲାର ପ୍ରସିଦ୍ଧ ସାମଗ୍ରୀ ମିଳିବ
admin
Mar 10, 2021 - 05:58
Updated: Mar 10, 2021 - 05:58
ଭୁବନେଶ୍ୱର: ରାଜଧାନୀର ୩୦ଟି ଜିଲ୍ଲାର ପ୍ରସିଦ୍ଧ ସାମଗ୍ରୀ ମିଳିବ । ପୁରୀ ଜିଲ୍ଲାର ପିପିଲି ଚାନ୍ଦୁଆ, ଗଞ୍ଜା ଜିଲ୍ଲା ବ୍ରହ୍ମପୁର ଆଚାର, କନ୍ଧମାଳ ହଳଦୀ, କୋରାପୁଟ କଫି, ଖୋର୍ଦ୍ଧାର ଲୁଙ୍ଗି, ଗାମୁଛା ଭଳି ସାମଗ୍ରୀ ମିଳିବ । ଏଥିପାଇଁ ବିଏମସି ସ୍ମାର୍ଟ କିଓସ୍କ ଯୋଗାଇଦେବ । ଏହି କିଓସ୍କ ସ୍ମାର୍ଟ ଜନପଥରେ ରମାଦେବୀ ବିଶ୍ୱ ବିଦ୍ୟାଳୟରୁ ରୂପାଲି ଛକ ମଧ୍ୟରେ ପଡ଼ିବ । ଏହି ଅଞ୍ଚଳରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଓ ବିଏମସି ପକ୍ଷରୁ ସାଂସ୍କୃତିକ କରିଡ଼ର କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏ ନେଇ ବିଏମସି ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଏମସିରେ ଦକ୍ଷିଣ ପୂର୍ବ ଜୋନ ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ଜୋନାଲ ଡେପୁଟି କମିସନର ପ୍ରମୋଦ ପୃଷ୍ଟିଙ୍କ ସମେତ ବିଏସସିଏଲର ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିଏମସି ପକ୍ଷରୁ କୁହାଯାଇଛି, ରାଜଧାନୀକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଥିବା ବେଳେ ସେମାନଙ୍କୁ ଗୋଟିଏ ସ୍ଥାନରେ ସାରା ଓଡ଼ିଶାର ପ୍ରସିଦ୍ଧ ସାମଗ୍ରୀ ଯୋଗାଇ ଦେବା ଲାଗି ଏହି ବ୍ୟବସ୍ଥା କରାଯାଇଛି ।