ଜୁଲାଇରେ ମିଳିବ ବକେୟା ମହଙ୍ଗା ଭତ୍ତା

ଜୁଲାଇରେ ମିଳିବ ବକେୟା ମହଙ୍ଗା ଭତ୍ତା

ଜୁଲାଇରେ ମିଳିବ ବକେୟା ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: ବକେୟା ଥିବା ମହଙ୍ଗା ଭତ୍ତା ଜୁଲାଇ ସୁଦ୍ଧା ମିଳିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମହଙ୍ଗା ଭତ୍ତାର ତିନିଟି କିସ୍ତିକୁ ସ୍ଥଗିତ ରଖିଥିଲେ । ୨୦୨୦ ଜାନୁଆରୀ ୧, ଜୁଲାଇ ୧ ଏବଂ ୨୦୨୧ ଜାନୁଆରିରେ ମିଳିବାକୁ ଥିବା ମହଙ୍ଗା ଭତ୍ତାକୁ ସ୍ଥଗିତ ରଖିଥିଲେ । ବକେୟା କିସ୍ତିକୁ ଜୁଲାଇ ୧ ରେ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ରାଜ୍ୟ ସଭାରେ ଉତ୍ତର ରଖି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ମହଙ୍ଗା ଭତ୍ତା ସ୍ଥଗିତ ରଖିବା ଦ୍ୱାରା ୩୭, ୪୩୦,୦୮ କୋଟି ଟଙ୍କା ସଞ୍ଚୟ ହୋଇଥିଲା । ସେହି ଟଙ୍କା କୋଭିଡ-୧୯ ମହାମାରୀକୁ ପରିଚାଳନା କରିବାରେ ସହାୟକ ହୋଇଥିଲା । ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ୧୭% ମହଙ୍ଗା ଭତ୍ତା ପାଇଛନ୍ତି । ତାହାକୁ ୪% ବଢ଼ାଇ ୨୧% କରିବା ଲାଗି ଗତବର୍ଷ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା । ସେହି ନିଷ୍ପତ୍ତି ୨୦୨୧ ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବାର ଥିଲା । ମାତ୍ର ଗତବର୍ଷ ଏପି୍ରଲରେ ଅର୍ଥ ମନ୍ତ୍ରଣାଳୟ ଏହି ନିଷ୍ପତ୍ତିକଚ ସ୍ଥଗିତ ରଖିଥିଲା । ଫଳରେ କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିନାହିଁ ।