ହାତୀ ଆକ୍ରମଣରେ ଚାଲିଗଲା ୪ ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ୪ ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ୪ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ ସକାଳୁ ଅଙ୍ଗାରବନ୍ଧ , ଛେଳିଆପଡା, ଗଡ଼ସନ୍ତ୍ରୀ ଓ ବାରସିଂହା ଗାଁ ଭଳି ଭିନ୍ନ ଭିନ୍ନ ଗାଁରେ ଏଭଳି ହାତୀ ଆକ୍ରମଣ କରିଛି । ମିଳିଥିବା ସୂଚନା ଅନୁଯାୟୀ ଅଙ୍ଗାରବନ୍ଧ ଗାଁର ଅନିରୁଦ୍ଧ ସାହୁ ବିଲକୁ ଯାଇଥିବା ବେଳେ ସେଠାରେ ହାତୀ ତାଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସେହିଭଳି ବାରସିଂହା ଗାଁର ରମେଶ ସ୍ୱାଇଁ ଶୌଚ ହେବା ପାଇଁ ଗାଁ ପାଖ ନାଳକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଛେଳିଆପଡ଼ାରେ ମଧ୍ୟ ହାତୀ ଆକ୍ରମଣରେ ସୁବାସ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଗଡ଼ସନ୍ତ୍ରୀ ଗାଁର କଟକିଆ ମାଝୀଙ୍କ ମଧ୍ୟ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି ।

ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।