୧୧ବର୍ଷ ପରେ ପୁଣି ମହାନଦୀ ଭିତରେ ଦେଖାଦେଇଛି ରାଧାକୃଷ୍ଣଙ୍କ ମନ୍ଦିର ।

୧୧ବର୍ଷ ପରେ ପୁଣି ମହାନଦୀ ଭିତରେ ଦେଖାଦେଇଛି ରାଧାକୃଷ୍ଣଙ୍କ ମନ୍ଦିର ।

୧୧ବର୍ଷ ପରେ ପୁଣି ମହାନଦୀ ଭିତରେ ଦେଖାଦେଇଛି ରାଧାକୃଷ୍ଣଙ୍କ ମନ୍ଦିର ।
ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ନିକଟ ମହାନଦୀ ଗର୍ଭରେ ଏବେ କିଛି ଦିନ ହେଲା ଏକ ମନ୍ଦିରର ଦେଖାଦେଇଛି । ତେବେ ୧୧ ବର୍ଷ ତଳେ ଏହି ମନ୍ଦିର ମହାନଦୀ ଗର୍ଭରେ ଦୃଶ୍ୟମାନ ହୋଇଥିଲା । କିନ୍ତୁ ଏହି ମନ୍ଦିର ମହାନଦୀ ଗର୍ଭକୁ କେମିତି ଆସିଲା ତାହାକୁ ନେଇ ସାଧାରଣରେ ବେଶ ଚର୍ଚ୍ଚା ହେଉଥିବାବେଳେ ମହାନଦୀ ଭିତରେ ରହିଥିବା ଏହି ମନ୍ଦିରଟି ରାଧାକୃଷ୍ଣ ମନ୍ଦିର ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ୧୧ ବର୍ଷ ତଳେ ମହାନଦୀର ପାଣି କମି ଯାଇଥିବାରୁ ମନ୍ଦିରର ଦଧିନଉତି ଦେଖାଦେଇଥିଲା । ଏବେ ୪ଦିନ ହେଲା ମନ୍ଦିରର ଦଧିନଉତି ଦେଖାଦେଇଥିବାରୁ ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ଏହା ଦେଖିବାକୁ ଆସୁଛନ୍ତି । ଏହି ପ୍ରାଚୀନ ମନ୍ଦିର ପଞ୍ଚଦଶରୁ ଷୋଡ଼ଶ ଶତାଦ୍ଦୀରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି । ଏଠାରେ ଗୋପୀନାଥ ଜିଉ ପୂଜା ପାଉଥିବା କୁହାଯାଉଥିବାବେଳେ ଏବେ ମନ୍ଦିରଟି ପଶ୍ଚିମକୁ ଢଳି ରହିଥିବା ଜଣାପଡିଛି । ମନ୍ଦିର ସମ୍ପର୍କରେ ପତ୍ନତତ୍ତ୍ୱ ବିଭାଗ ଅଧିକ ଅନୁସନ୍ଧାନ କରି ମନ୍ଦିରକୁ ଉଦ୍ଧାର କରିବାକୁ ଦାବି ହେଉଛି ।