୧୪ ମନ୍ତ୍ରୀଙ୍କ ସହିତ ଶପଥ ଗ୍ରହଣ କଲେ ନୀତିଶ କୁମାର

୧୪ ମନ୍ତ୍ରୀଙ୍କ ସହିତ ଶପଥ ଗ୍ରହଣ କଲେ ନୀତିଶ କୁମାର

୧୪ ମନ୍ତ୍ରୀଙ୍କ ସହିତ ଶପଥ ଗ୍ରହଣ କଲେ ନୀତିଶ କୁମାର
ପାଟନା : ବିହାରରେ ଏନଡିଏ ମେଣ୍ଟ ସରକାର ଗଠନ କରିଥିବା ବେଳେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ନୀତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବେଳେ ଚଳିତ ଥର ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି । ବିଜେପି ବିଧାୟକ ଦଳର ନେତା ରହିଥିବା ତାରକିଶୋର ପ୍ରସାଦ ଏବଂ ରେଣୁ ଦେବୀ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଳଗାତାର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ନୀତିଶଙ୍କ ସହିତ ଆଉ ୧୪ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ପାଟନାର ରାଜବଭନରେ ନୀତିଶଙ୍କୁ ରାଜ୍ୟପାଳ ଫଗୁ ଚୌହାନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଆଜିର ଶପଥଗ୍ରହଣ ସମାରୋହରେ ଜେଡିୟରୁର ବିଜୟ ଚୌଧୁରୀ, ବିଜେନ୍ଦ୍ର ଯାଦବ, ଅଶୋକ ଚୌଧୁରୀ, ମେଓ୍ବାଲାଲ ଚୌଧୁରୀ, ସିଲୀ ମଣ୍ଡଲ୍ ଶପଥ ନେଇଥିବାବେଳେ ବିଜେପିରୁ ମଙ୍ଗଲ ପାଣ୍ଡେ, ରାମପ୍ରୀତ୍ ପାସଓ୍ବାନ୍, ନନ୍ଦକିଶୋର ଯାଦବ, ଜୀବେଶ କୁମାର ମିଶ୍ର, ହମ୍‌ରୁ ସନ୍ତୋଷ ମାନ୍ଝୀ, ଭିଆଇପିରୁ ମୁକେଶ ସହନୀ ପ୍ରମୁଖ ଶପଥ ନେଇଛନ୍ତି । ଶପଥ ଗ୍ରହଣ ସମାରୋହରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ସୁଶୀଲ୍ ମୋଦିଙ୍କ ସମେତ ବିଜେପି ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ସାମିଲ୍ ରହିଛନ୍ତି । ତେବେ ମହାମେଣ୍ଟ ଏହି କାର୍ୟ୍ୟକ୍ରମକୁ ବହିଷ୍କାର କରିଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ନିର୍ବାଚନରେ ବିଜେପିକୁ ୭୪ଟି ଆସନ ମିଳିଥିବା ବେଳେ ଜେଡିୟୁକୁ ୪୩ ଆସନ ମିଳିଥିଲା । ଅନ୍ୟ ଦୁଇ ସହଯୋଗୀ ଦଳ ହମ୍ ଏବଂ ଭିଆଇପିକୁ ୪ଟି ଲେଖାଏଁ ଆସନ ମିଳିଥିଲା ।