୨୪ ଘଣ୍ଟା ମଧ୍ୟରେ ୭୧ କରୋନା ପଜିଟିଭ୍ ଚିହ୍ନଟ

୨୪ ଘଣ୍ଟା ମଧ୍ୟରେ ୭୧ କରୋନା ପଜିଟିଭ୍ ଚିହ୍ନଟ

୨୪ ଘଣ୍ଟା ମଧ୍ୟରେ ୭୧ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୨୮୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୯ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୬, ବରଗଡ଼ ୬, ବଲାଙ୍ଗୀର ୨, ବୌଦ୍ଧ ୧, କଟକ ୬, ଢେଙ୍କାନାଳ ୧, ଯାଜପୁର ୩, ଝାରସୁଗୁଡ଼ା ୧, କଳାହାଣ୍ଡି ୩, କେନ୍ଦ୍ରାପଡ଼ା ୧, କେନ୍ଦୁଝର ୨, ଖୋର୍ଦ୍ଧା ୭, ନୂଆପଡ଼ା ୫, ପୁରୀ ୬, ରାୟଗଡ଼ା ୧, ସମ୍ବଲପୁର ୬, ସୁନ୍ଦରଗଡ଼ ୧୧ ଓ ଷ୍ଟେଟପୁର ୧ ବୋଲି ଜଣାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୫୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୪୬ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୨୩୭୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।