୩୦ ଜିଲ୍ଲାରେ ମଞ୍ଚସ୍ଥ ହେବ ‘ଗାନ୍ଧିଙ୍କ ଓଡ଼ିଶା’

୩୦ ଜିଲ୍ଲାରେ ମଞ୍ଚସ୍ଥ ହେବ ‘ଗାନ୍ଧିଙ୍କ ଓଡ଼ିଶା’

୩୦ ଜିଲ୍ଲାରେ ମଞ୍ଚସ୍ଥ ହେବ ‘ଗାନ୍ଧିଙ୍କ ଓଡ଼ିଶା’
ଭୁବନେଶ୍ୱର: ୧୯୨୧ ରୁ ୧୯୪୬ । ଜାତିର ପିତା ମହାତ୍ମା ଗାନ୍ଧି ଓଡ଼ିଶାକୁ ୮ ଥର ଆସିଥିଲେ । ଏହାରି ଭିତରେ ଅନେକ ସଭା ସହିତ ପଦଯାତ୍ରା ସାଙ୍ଗକୁ ଲବଣ ସତ୍ୟାଗ୍ରହ ହୋଇଥିଲା । ଗାନ୍ଧିଙ୍କ ଓଡ଼ିଶା ସହିତ ସମ୍ପର୍କକୁ ନାଟକ ମାଧ୍ୟମରେ ପରିବେଷଣ କରାଯିବ । ସେହି ସମୟରେ ଗାନ୍ଧିଙ୍କ ସମସାମୟିକ ନେତା ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ଗୋପବନ୍ଧୁ ଚୌଧୁରୀ, ରମାଦେବୀ ପ୍ରମୁଖଙ୍କ ସ୍ୱାଧୀନତା ସଂଗ୍ରାମରେ ଥିବା ଭୂମିକା ସମ୍ପର୍କରେ ନାଟକରେ ଉଲ୍ଲେଖ ରହିଛି । ଗାନ୍ଧିଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧିଙ୍କୁ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି । ନାଟକ ଜରିଆରେ ଦର୍ଶକ ଜାଣିବେ ଗାନ୍ଧିଙ୍କ ଓଡ଼ିଶା ଗସ୍ତର ବିବରଣୀ । ଏହି ନାଟକ ମାର୍ଚ୍ଚ ୨୩ରେ ମଞ୍ଚସ୍ଥ ହେବ । ଏ ନେଇ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ରବୀନ୍ଦ୍ର ମଣ୍ଡପ ସହ ସାରା ରାଜ୍ୟରେ ୩୦ଟି ଜିଲ୍ଲାରେ ଏକା ସମୟ ନାଟକ ପରିବେଷଣ କରାଯିବ । ନାଟକର ରଚନା ଶଙ୍କର ତି୍ରପାଠୀ କରିଥିବା ବେଳେ ୩୦ ଜିଲ୍ଲା ୩୦ ଅନୁଷ୍ଠାନର ୩୦ ନିଦେ୍ର୍ଧଶକ ନିଦେ୍ର୍ଧଶନା ଦେଇଛନ୍ତି । ମୋଟ ୯୦୦ କଳାକାର ଏହି ନାଟକରେ ଅଭିନୟ କରିଛନ୍ତି । ରାଜ୍ୟର ବିଭିନ୍ନ ନାଟ୍ୟସଂସ୍ଥା ନାଟକ ପରିବେଷଣ କରିବାକୁ ଥିବା ବେଳେ ଏଥିରେ ନିଦେ୍ର୍ଧଶନା ନେଇଛନ୍ତି ଶ୍ରୀମନ ନାରାୟଣ ମିଶ୍ର, ସୁବାସ ଚନ୍ଦ୍ର ପ୍ରଧାନ, ବନୁରାମ ଲାମା, ଅଭିନ୍ନ ରାଉତରାୟ, ନବୀନ କୁମାର ପରିଡ଼ା, ଶିବପ୍ରସାଦ ରଥ, ସୌରଭ ମହାପାତ୍ର, ମିହିର ରଞ୍ଜନ ଆଚାର୍ଯ୍ୟ, ଜିତେନ୍ଦ୍ର ନାଥ ପଟ୍ଟନାୟକ, ଶରତ ଚନ୍ଦ୍ର ଆଚାର୍ଯ୍ୟ, ଦିଲ୍ଲୀପ ହୋତା, ନରେନ୍ଦ୍ର କୁମାର ମିଶଅ, ସତ୍ୟରଞ୍ଜନ ବେହେରା, ଡ.ପୁରୁଷୋତ୍ତମ ମିଶ୍ର, ନଳିନୀ ନିହାର ନାୟକ, ସୁଧାଂଶୁ ଦ୍ୱିବେଦୀ, ହେମେନ୍ଦ୍ର ମହାପାତ୍ର, ଜଗଦାନନ୍ଦ ଛୁରିଆ, କେଶରଞ୍ଜନ ପ୍ରଧାନ, ଲକ୍ଷ୍ମଣ କୁମାର ମହାପାତ୍ର, ରମେଶ ଦାସ, ରୋମିଓ ମହାପାତ୍ର, ଦିନେଶ ଦାସ, ଦେବେନ୍ଦ୍ର ଦାସ ଓ ରାଜୁ ପାଢ଼ି ପ୍ରମୁଖ ।