ହୀରାକୁଦ ଜଳସ୍ତର ବୃଦ୍ଧି

ହୀରାକୁଦ ଜଳସ୍ତର ବୃଦ୍ଧି

ହୀରାକୁଦ ଜଳସ୍ତର ବୃଦ୍ଧି
ସମ୍ବଲପୁର: ବଢିଲା ହୀରାକୁଦ ଜଳସ୍ତର । ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢିଥିବା ଜଣାଯାଇଛି । ଏବେ ହୀରାକୁଦ ଡ୍ୟାମ ଜଳସ୍ତର ୬୦୭.୯୭ ଫୁଟ ରହିଛି । ଡ୍ୟାମକୁ ସେକେଣ୍ଡ ପିଛା ୧ ଲକ୍ଷ ୯୦- ହଜାର ଘନଫୁଟ ଜଳ ପ୍ରବେଶ କରୁଛି । ଡ୍ୟାମ ଭିତରୁ ସେକେଣ୍ଡ ପିଛା ୬ ହଜାର ଘନ ଫୁଟ ଜଳ ନିଷ୍କାସନ ହେଉଥିବା ଜଣାଯାଇଛି । ଏହି ଜଳପତ୍ତନ ବୃଦ୍ଧି ଆଗାମୀ ଦିନରେ ବର୍ଷାର ପରିମାଣ ବୃଦ୍ଧି ହେଲେ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ରହିଛି । ଉପରମୁଣ୍ଡରେ ବର୍ଷାସ୍ଥିତିକୁ ଦେଖି ଜଳ ନିଷ୍କାସନ ପାଇଁ ପରବର୍ତ୍ତୀ ନିଷ୍ପତି ଗ୍ରହଣ କରାଯିବ । ନିକଟରେ ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିବାରୁ ୩ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଇଥିଲା । ଯାହା ଦ୍ୱାରା ଜଳ ଧାରଣ କ୍ଷମତା ନିକଟରେ ପହଂଚିଥିବା ଜଳସ୍ତର କୁ କମ କରାଯାଇଥିଲା ।