୫ ଜଣିଆ ଚୟନ କମିଟି ଗଠନ କଲା ଓସିଏ, ଜାଣନ୍ତୁ କିଏ କିଏ ଅଛନ୍ତି

୫ ଜଣିଆ ଚୟନ କମିଟି ଗଠନ କଲା ଓସିଏ, ଜାଣନ୍ତୁ କିଏ କିଏ ଅଛନ୍ତି

୫ ଜଣିଆ ଚୟନ କମିଟି ଗଠନ କଲା ଓସିଏ, ଜାଣନ୍ତୁ କିଏ କିଏ ଅଛନ୍ତି
ଭୁବନେଶ୍ୱର : ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆଜି ଚୟନ କମିଟି ଗଠନ କରାଯାଇଛି । ୫ ଜଣିଆ ଚୟନ କମିଟିରେ ସମସ୍ତ ପୂର୍ବତନ ରଣଜୀ ଟ୍ରଫି ଖେଳାଳିଙ୍କୁ ସାମିଲ କରାଯାଇଛି । ପୂର୍ବତନ ଓଡିଶା କ୍ରିକେଟ ଦଳର ଅଧିନାୟକ ପ୍ରଭଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଏହି ୫ ଜଣିଆ ଚୟନ କମିଟି ଗଠନ କରାଯାଇଛି । ପୂର୍ବତନ ଅଧିନାୟକ ପ୍ରଭଞ୍ଜନଙ୍କୁ ଚୟନ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ପ୍ରଭଞ୍ଜନଙ୍କ ବ୍ୟତିତ ସୋମନାଥ ସାହୁ, ରବି ନାରାୟଣ ପଣ୍ଡା, ବିଷ୍ଣୁଦେବ ମହାନ୍ତି ଏବଂ ସୌରଜିତ ମହାପାତ୍ର ପ୍ରମୁଖ ଏହି କମିଟିର ସଦସ୍ୟ ରହିଛନ୍ତି ।