ସୋସିଆଲ୍ ମିଡିଆର ଅଭିଯୋଗକୁ ଖଣ୍ଡନ କଲେ ରାଜେଶ

ସୋସିଆଲ୍ ମିଡିଆର ଅଭିଯୋଗକୁ ଖଣ୍ଡନ କଲେ ରାଜେଶ

 ସୋସିଆଲ୍ ମିଡିଆର ଅଭିଯୋଗକୁ ଖଣ୍ଡନ କଲେ ରାଜେଶ
ପାରାଦୀପ - (ଲକ୍ଷ୍ମୀନାରାୟଣ ସାହୁ):ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଘଟଣାକୁ ମିଥ୍ୟା ବୋଲି କହିଲେ ବ୍ୟବସାୟୀ ରାଜେଶ ନାୟକ । ପାରାଦୀପରେ ଦିର୍ଘଦିନ ଧରି ବ୍ୟବସାୟ କରୁଥିବା ସଂଜୟ କୁମାର ରାଉତ ଓରଫ୍ ଲିପା ସୋସିଆଲ ମିଡିଆରେ ଯୁକ୍ତି ବାଢିଛନ୍ତି ଯେ, ତାଙ୍କ ଟଙ୍କା କୁ ରାଜେଶ ନାୟକ ହଡପ୍ କରିଛନ୍ତି । ଏହି ଅଭିଯୋଗ କୁ କେହି ନଶୁଣିବାରୁ ମୁଁ ବାଧ୍ୟହୋଇ ସୋସିଆଲ ମିଡିଆର ସହାୟତା ନେଇଥିଲି । ଏହି ଖବରକୁ ନେଇ ଆମ୍ଭେ ସ୍ୱର୍ଗତଃ ବାସୁ ନାୟକଙ୍କ ପୁଅ ରାଜେଶ କୁମାର ନାୟକଙ୍କୁ ଫୋନରେ ଯୋଗାଯୋଗ କରିଥିଲୁ । ତାଙ୍କର ପ୍ରତିକ୍ରିୟା ଥିଲା ଯେ, ସଂଜୟ ମୋର ବାଲ୍ୟବନ୍ଧୁ ଏବଂ ବ୍ୟବସାୟିକ ବନ୍ଧୁ ମଧ୍ୟ । ଦିର୍ଘଦିନ ଧରି ତାଙ୍କର ଓ ମୋର ବ୍ୟବସାୟ କଲାପରେ ସାମାନ୍ୟ ମନାନ୍ତର ହୋଇଥିଲା । ଏବଂ କଟକରେ ଥିବା ଜଣେ ଆଇନଜିବୀଙ୍କ ସହାୟତାରେ ଆମ ଭିତରେ ସମସ୍ତ ବିଷୟ ଫଇସଲା ହୋଇ ଲେଖାପଢି ହୋଇଛି । ଯାହାର ନକଲ ଉଭୟଙ୍କ ପାଖରେ ରହିଛି । ତେଣୁ ଆଜିକା ଦିନରେ ସଂଜୟ ରାଉତ ଯେଉଁ ଯୁକ୍ତି ବାଢିଛନ୍ତି ତାହା ସଂପୁର୍ଣ ମିଥ୍ୟା ବୋଲି ମୁଁ ପ୍ରମାଣିତ କରିପାରିବି । ଆଇନ୍ କେବେ କାହାର ପକ୍ଷପାତ କରେନାହିଁ, ସତ୍ୟ ସଦାବେଳେ ସତ୍ୟ । ଯେକୈାଣସି ଲୋକ ହେଲେବି ଆଇନ୍ ତା ପ୍ରତି ସୁବିଚାର କରେ ବୋଲି ସେ ଯୁକ୍ତି ବାଢିଛନ୍ତି ।