ଆଜିଠୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଟିକା ଦିଆଯିବ

ଆଜିଠୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଟିକା ଦିଆଯିବ

 ଆଜିଠୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଟିକା ଦିଆଯିବ
ଭୁବନେଶ୍ୱର: ଆଜିଠୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଟିକା ଦିଆଯିବ । ବିଏମ୍‌ସି ହସ୍ପିଟାଲରେ ଏହି ଟିକା ଦେବାକୁ ନିଷ୍ପତ୍ତି ହୋଇଛି । ଦୈନିକ ୫୦ଜଣଙ୍କୁ ଟିକା ଦିଆଯିବ । ମୋଟ ୩୦୦ ସେବାୟତଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରହିଛି । ଏବେ ସହରର ମୋଟ ୩୧ଟି ସେସନ୍‌ ସାଇଟ୍‌ରେ ଟିକା ଦିଆଯାଉଛି । ଆଜି ସୁଦ୍ଧା ୧ଲକ୍ଷ ୭ହଜାର ୬୭୮ଜଣଙ୍କୁ ଟିକା ଦିଆସରିଲାଣି । ଏହା ଭିତରେ ୪୦ହଜାର ୨୪୪ ସ୍ୱାସ୍ଥ୍ୟକର୍ମୀ, ୨୩ହଜାର ୩୫୫ ସମ୍ମୁଖ ଯୋଦ୍ଧା ଓ ୪୦ହଜାର ୭୯ଜଣ ବରିଷ୍ଠ ନାଗରିକ/ଜଟିଳ ରୋଗୀଙ୍କୁ ଟିକା ଦିଆଯାଇଥିବା ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ ସୂଚନା ଦେଇଛନ୍ତି ।