ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସ୍ୱାସ୍ଥ୍ୟବସ୍ଥାରେ ବହୁ ଉନ୍ନତି ପରିଲକ୍ଷିତ

ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସ୍ୱାସ୍ଥ୍ୟବସ୍ଥାରେ ବହୁ ଉନ୍ନତି ପରିଲକ୍ଷିତ

 ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସ୍ୱାସ୍ଥ୍ୟବସ୍ଥାରେ ବହୁ ଉନ୍ନତି ପରିଲକ୍ଷିତ
ଭୁବନେଶ୍ୱର : ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏବେ କୋଭିଡ଼ ସହ ଲଢୁଛନ୍ତି । କିଛିଦିନ ଧରି ସେ ବହୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ବହୁ ଉନ୍ନତି ପରିଲକ୍ଷିତ ହୋଇଛି । ସେ କଥା ମଧ୍ୟ କହିଲେଣି ବୋଲି ଏମସ ସୁପରିଟେଣ୍ଡେଂଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି । ଶ୍ରୀ ନାଏକ କରୋନାରେ ପୀଡିତ ହୋଇ ଏମସରେ ଚିକିତ୍ସିତ ହେଉଥିଲେ । ପ୍ରଥମେ ତାଙ୍କର ସେଭଳି କୌଣସି ଲକ୍ଷଣ ନଥିଲା । କିନ୍ତୁ ଡାକ୍ତରଖାନାରେ ଭର୍ତି ହେବାର କିଛି ଘଂଟା ପରେ ସେ ହଠାତ ଗୁରୁତର ହୋଇପଡ଼ିଥିଲେ । ଏପରିକି ତାଙ୍କୁ ଭେଂଟିଲେଟରରେ ବି ରଖିବାକୁ ପଡ଼ିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥା କଥା ବୁଝିଥିଲେ । ସ୍ଥିତି ଏମିତି ହୋଇଥିଲାଯେ, ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରିବା ପାଇଁ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା ବି ହୋଇଥିଲା । ମେଡ଼ିକାଲରେ ଚିକିତ୍ସିତ ହେଉଥିବାବେଳେ ଧିରେଧିରେ ସ୍ଥିତିରେ ସୁଧାର ଆସିଥିଲା । ବେଶ କିଛିଦିନ ପରେ ସେ ସୁସ୍ଥ ହୋଇ ଆସୁଥିବା ନେଇ ସୂଚନା ମିଳିଛି । ଫଳରେ ତାଙ୍କର ସମର୍ଥକମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଖୁବଶୀଘ୍ର ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି ।