ରାଜ୍ୟଗୋଷ୍ଠୀ କ୍ରୀଡାରେ ପିଭି ସିନ୍ଧୁଙ୍କୁ ସ୍ୱର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡାରେ ପିଭି ସିନ୍ଧୁଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର : ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ବ୍ୟାଡମିଣ୍ଟନ୍ରେ ପିଭି ସିନ୍ଧୁ ଏହି ଗୌରବ ଆଣିଛନ୍ତି । ମହଳା ସିଙ୍ଗଲ ଫାଇନାଲରେ କାନାଡାର ଏମଲିଙ୍କୁ ହରାଇ ପିଭି ସିନ୍ଧୁ ଏହି ସଫଳତା ଆଣିଛନ୍ତି । ୨୧-୧୫ ଓ ୨୧-୧୩ରେ କାନାଡର ଏମଲିଙ୍କୁ ହରାଇଛନ୍ତି ସିନ୍ଧୁ  । ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ସିନ୍ଧୁଙ୍କର ପ୍ରଥମ ସ୍ୱର୍ଣ୍ଣ ପଦକ  । ପୂର୍ବରୁ ସିନ୍ଧୁ ୨୦୧୪ରେ ବ୍ରେଞ୍ଜ ଓ ୨୦୧୮ରେ ସେ ରୌପ୍ୟ ଜିତିଥିଲେ । ପିଭି ସିନ୍ଧୁଙ୍କ ଏହି ସଫଳତା ପରେ ଭାରତରେ ଖୁସିର ଲହରୀ ଖେଳିଯାଇଛି ।