ବଡ଼ଖବର: ବିଜେଡି ଛାଡ଼ିଲେ ଆକାଶଦାସ ନାୟକ

ବଡ଼ଖବର: ବିଜେଡି ଛାଡ଼ିଲେ ଆକାଶଦାସ ନାୟକ

ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଏବେ ବିଭିନ୍ନ ରାଜନେତା ମୂଳ ଦଳ ଛାଡ଼ୁଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ଜଣେ ପରେ ଜଣେ ନେତା ବିଜେଡି ଛାଡ଼ୁଛନ୍ତି । ବିଜେଡି ଛାଡ଼ିଛନ୍ତି ଆକାଶଦାସ ନାୟକ । ଆକାଶଦାସ ନାୟକ ହେଉଛନ୍ତି ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ । । ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।

ଅଭିନେତା ତଥା ରାଜନେତା ଶ୍ରୀ ନାୟକ ବିଜେଡି ସହ ଦୀର୍ଘଦିନ ଧରି ଜଡ଼ିତ ଥିଲେ । ତେବେ ଏବେ ସେ ଆତ୍ମସମ୍ମାନ ଓ କରୋଇବାସୀଙ୍କ ସ୍ୱାଭିମାନ ପାଇଁ ବିଜେଡି ଛାଡ଼ିଥିବା କହିଛନ୍ତି । ଏଥିସହ କରୋଇବାସୀଙ୍କ ପରାମର୍ଶରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବି ବୋଲି ସେ କହିଛନ୍ତି । ୨୦୧୯ରେ ବିନା କାରଣରେ ଟିକେଟ କଟାଗଲା । କିନ୍ତୁ ମୁଁ ପ୍ରତିବାଦ କରିନଥିଲି । ବିଧାୟକ ନଥାଇ ବି ୫ ବର୍ଷ ଦଳ ପାଇଁ କଠିନ ପରିଶ୍ରମ କରିଛି । ଦଳ ବୋଧେ ମୋ ଗୁରୁତ୍ୱ ବୁଝି ପାରିଲାନି ବୋଲି ଯାଜପୁର ଜିଲ୍ଲ କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ କହିଛନ୍ତି ।