ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ନିର୍ଦ୍ଦେଶ

ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ନିର୍ଦ୍ଦେଶ

ଢେଙ୍କାନାଳ: ଭୋଟରଙ୍କୁ ପ୍ରଭାବିତ କରିବାକୁ ଶାଢୀ ବାଣ୍ଟିଲେ ବିଜେଡି ବିଧାୟକ ପ୍ରାର୍ଥୀ । ଢେଙ୍କାନାଳ ପରଜଙ୍ଗ ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ନୃସିଂହ ଚରଣ ସାହୁ ଏକ ସାଧାରଣ ସଭାରେ ମହିଳାଙ୍କୁ ଶାଢୀ ବାଣ୍ଟି ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ କରିଛନ୍ତି । ଏନେଇ ଅଭିଯୋଗ ମିଳିବା ପରେ ଆକ୍ସନ ମୁଡକୁ ଆସିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ରିତ ଋତୁରାଜ । ଯାଞ୍ଚ ରିପୋର୍ଟକୁ ଆଧାର କରି ବିଧାୟକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବାରୁ ସେ ଏସପିଙ୍କୁ ଲିଖିତ ଭାବେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ଗତ ୩୧ ତାରିଖରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ ପିତଳଧୁଆ ଗ୍ରାମ ବେଲ୍ଲାବଣିଆ ସାହିରେ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ସେଠାରେ ୧୦ରୁ ୨୦ ଜଣ ଲୋକଙ୍କ ସମେତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟ କରୁଣାକର ହେମ୍ବ୍ରମ ମଧ୍ୟ ଉପସ୍ଥିତ ରହିଥିଲେ କ୍ଷ ଏହି ସଭାରେ ବିଧାୟକ ଲୋକମାନଙ୍କୁ ବାଦ୍ୟଯନ୍ତ୍ର ଓ ମହିଳାମାନଙ୍କୁ ଶାଢୀ ବଣ୍ଟନ କରିଥିଲେ କ୍ଷ ଯାହାକି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କ୍ଷ ଆଚରଣ ବିଧି ଅନୁଯାୟୀ ଏହା ବଳବତ୍ତର ଥିବାବେଳେ କେହି ବି ନେତା ଭୋଟରକୁ ପ୍ରଭାବିତ କଲାଭଳି କୌଣସି ଦ୍ରବ୍ୟ କିମ୍ବା ଉପହାର ଦେଇପାରିବେ ନାହିଁ କ୍ଷ ଏହି ଅଭିଯୋଗ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ ଅଧିକାରୀ ।
ଏ ସମ୍ପର୍କରେ କଙ୍କଡ଼ାହାଡ଼ ବ୍ଲକ ଉନ୍ନୟନ ଅଧିକାରୀ, ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ପରଜଙ୍ଗ ବିଧାନସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସରଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ରିତ ଋତୁରାଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ମାମଲା ଦାୟର ସହିତ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।