+୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ

+୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ

ସମସ୍ତ ପ୍ଲସ୍ ଟୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିଦେ୍ର୍ଦଶ ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଆସନ୍ତା ନଭେମ୍ବର ମାସ ୧୫ ତାରିଖ ସୁଦ୍ଧା ଏହି କ୍ୟାମେରା ଲଗାଇବା କାମ ଶେଷ କରିବାକୁ ସମସ୍ତ କଲେଜ ଅଧ୍ୟ କ୍ଷଙ୍କୁ ଚିଠି ଲେଖି ଅବଗତ କରିଛି ସିଏଚ୍ଏସ୍ଇ । ଏହା ସହ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭି କିଭଳି କାମ କରୁଛି, ତାହାର ରିପୋର୍ଟ ଦେବାକୁ ବି କୁହାଯାଇଛି । 
୨୦୨୫ରେ ହେବାକୁ ଥିବା ପ୍ଲସ୍ ଟୁ ପରୀକ୍ଷା ପାଇଁ ହାତରେ ମାତ୍ର ୪ ମାସ । କିନ୍ତୁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏହା ପୂର୍ବରୁ ସମସ୍ତ କାମ ସାରିବାକୁ ଚିଠିରେ ନିଦେ୍ର୍ଦଶ ଦିଆଯାଇଛି । ପରୀକ୍ଷାକୁ ସ୍ୱଛ କରିବାକୁ ପରିଚାଳନା ହବ୍, ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ଅଫିସ, ପରୀ କ୍ଷା କେନ୍ଦ୍ର ସମେତ ସେଲ୍ଫ ଫାଇନାନ୍ସିଂ କଲେଜ ଓ ଲାବାରୋଟୋରୀ ବି ସିସିଟିଭି ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁ କେନ୍ଦ୍ର ନିର୍ଧାରିତ ସମୟ ସୁଦ୍ଧା କାମ ନ ସାରିବେ, ସେହି ପରୀକ୍ଷା କେନ୍ଦ୍ର ବାତିଲ କରାଯିବ । ଏହା ସହ ଉକ୍ତ ଶିିକ୍ଷାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନି ଦିଆଯାଇଛି ।