ପିଲା ଯାଉଥିଲେ ପଡ଼ିଶା ଘର
ବନ୍ଧୁତା ହେଉ କି ଶତ୍ରୁତା ବୁଝନ୍ତି ନାହିଁ ପିଲା। ସେଥିପାଇଁ ସେମାନେ ପଡ଼ୋଶୀ ଘରକୁ ବି ନିଜର ଭାବନ୍ତି। ନିଶ୍ଚିତରେ ସେଠି ଖେଳନ୍ତି ଆଉ ବୁଲନ୍ତି। ପିଲାଙ୍କର ଏହି ଅଭ୍ୟାସ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ କରୁ ସେଥିପାଇଁ ମା’ ମାନେ ସେମାନଙ୍କୁ କିଛି ବ୍ୟବହାରିକ ଗୁଣ ଶିଖାଇବା ଆବଶ୍ୟକଟ୍ଟ
ହସ ଖେଳ ଆଉ ମଜାମସ୍ତି କରିବା ପାଇଁ ପିଲାମାନେ ସବୁବେଳେ ଖୋଜନ୍ତି ତାଙ୍କ ସାଙ୍ଗ ପିଲାମାନଙ୍କୁ। କିନ୍ତୁ ଆଜିକାଲିର ଅଧିକାଂଶ ଏକାନ୍ନବର୍ତ୍ତୀ ପରିବାରରେ ପିଲାମାନେ ଘରେ ଏକୁଟିଆ ରହି ଚିଡ଼ିଚିଡ଼ା ହୋଇ ଯାଉଛନ୍ତି। ଅନେକ ସମୟରେ ପିଲା ଜିଦିଆ, ପ୍ରତିକ୍ରିୟାଶୀଳ ହେଉଥିବା ବି ଦେଖିବାକୁ ମିଳୁଛି। ଏହି ଦୃଷ୍ଟିରୁ ପିଲାଙ୍କୁ ସମ୍ଭାଳିବା ପାଇଁ ଢେର୍ ଉପାୟ ଚିନ୍ତା କରୁଛନ୍ତି ମା’ମାନେ। ତେବେ ମା’ ଯଦି କର୍ମଜୀବୀ ହୋଇଥାନ୍ତି ପିଲାଙ୍କ ସମୟକୁ ଖୁସିରେ ଅତିବାହିତ କରାଇବା ଆହୁରି କଷ୍ଟକର ମନେ ହୋଇଥାଏ। ଏଭଳି କ୍ଷେତ୍ରରେ ପିଲାଙ୍କ ପାଇଁ ବେଶ୍ ସହାୟକ ହୋଇଥାନ୍ତି ପଡ଼ୋଶୀ। ପିଲାମାନେ ପଡ଼ୋଶୀଙ୍କ ଘରକୁ ଯାଇ ସେମାନଙ୍କ ପିଲାଙ୍କ ସହ କିଛି ସମୟ ଅତିବାହିତ କରି ଖୁସି ହୋଇଯାନ୍ତି। ହେଲେ ପଡ଼ୋଶୀଙ୍କ ଘରେ ପିଲାମାନେ ଯେମିତି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନ କରନ୍ତି ଏଥିପାଇଁ ମା’ମାନଙ୍କୁ ହିଁ କେତେକ ଦିଗ ପ୍ରତି ଦୃଷ୍ଟିଦେବାକୁ ହେବ।