ବାଇପୋଲାର ରୋଗରେ ପୀଡିତ କର୍ଣ୍ଣେଲ୍ ଏବେ ନିଶା ନିବାରଣ କେନ୍ଦ୍ରରେ, ସ୍ତ୍ରୀ ଓ ପରିବାର ଭିତରେ ଟଣା ଓଟରା

ବାଇପୋଲାର ରୋଗରେ ପୀଡିତ କର୍ଣ୍ଣେଲ୍ ଏବେ ନିଶା ନିବାରଣ କେନ୍ଦ୍ରରେ, ସ୍ତ୍ରୀ ଓ ପରିବାର ଭିତରେ ଟଣା ଓଟରା

ନିଶା ନିବାରଣ କେନ୍ଦ୍ରରେ ଅବସରପ୍ରାପ୍ତ ସେନା ଅଧିକାରୀ ।୨୦୧୬ ମସିହାରୁ ବାଇପୋଲାର ରୋଗରେ ଆକ୍ରାନ୍ତ ଅବସରପ୍ରାପ୍ତ ସେନା ଅଧିକାରୀ କର୍ଣ୍ଣେଲ ଅରୁଣ ରାୟଙ୍କୁ ତାଙ୍କ ସ୍ତ୍ରୀ ପୁରୀ - କୋଣାର୍କ ବେଳାଭୂମି ରାସ୍ତାର ବାଲିଗୁଆଳିରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । ୨୦୧୬ ମସିହାରେ ଆଲ୍ହାବାଦ ଏୟାରବେସରେ ଡେପୁଟେସନରେ ଥିବାବେଳେ ସେ ବାଇପୋଲାର ରୋଗରେ ଆକ୍ରାନ୍ତ ହେବାରୁ ଅବସର ନେଇଥିଲେ। ତାଙ୍କୁ ପ୍ରଥମେ ଆର୍ମି ମିଲିଟାରୀ ହସ୍ପିଟାଲ,ପରେ କମାଣ୍ଡ ହସ୍ପିଟାଲ ,କୋଲକୋତା ଏବଂ ଶେଷରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ। ତାଙ୍କ ସହଯୋଗୀ ,ଭଉଣୀ ଓ ସାନ ଭାଇଙ୍କ ସହ ତାଙ୍କ ଦ୍ଵିତୀୟ ସ୍ତ୍ରୀ ତନିମା ତ୍ରିପାଠୀ ଚିକିତ୍ସା କରାଉଥିଲେ। କିନ୍ତୁ ଗତ ସେପ୍ଟେମ୍ବର ୧ ତାରିଖରେ କର୍ଣ୍ଣେଲ ଅରୁଣ ରାୟ ପୁରୀରୁ ନିଜ ଓକିଲଙ୍କ ସହ ଭୁବନେଶ୍ୱରରେ ଥିବା ନିଜ ସମ୍ପତ୍ତି ଦେଖାଶୁଣା କରିବାକୁ ଯାଇଥିବାବେଳେ ବାଟରେ ତାଙ୍କୁ ବଳପୂର୍ବକ ଅପହରଣ କରି ନିଆଯାଇ ଆଦର୍ଶ ଆଶ୍ରମରେ ରଖି ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିବା କର୍ଣ୍ଣେଲ ଅରୁଣ ରାୟ ଅଭିଯୋଗ କରିଛନ୍ତି। ବହୁ ଖୋଜାଖୋଜି ପରେ ତାଙ୍କ ସ୍ତ୍ରୀ ତନିମା ତ୍ରିପାଠୀ ଲିଙ୍ଗରାଜ ଥାନାରେ ଅଭିଯୋଗ କରି ପୋଲିସ ସହାୟତାରେ ତାଙ୍କ ସ୍ୱାମୀଙ୍କୁ ଆଦର୍ଶ ଆଶ୍ରମରୁ ଉଦ୍ଧାର କରି ଆଣି ପୁରୀର ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି।

ଅନ୍ୟପଟରେ କର୍ଣ୍ଣେଲ ଅରୁଣ ରାୟଙ୍କ ଭାଇ ,ଭାଇବୋହୁ ଓ ତାଙ୍କ ସହକର୍ମୀ ଅଭିଯୋଗ ଆଣିଛନ୍ତି ଯେ ୨୦୧୬ ମସିହା ପରଠାରୁ ଵାଈ ପୋଲାର ରୋଗ ପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ଏବେ ତାଙ୍କ ଦ୍ଵିତୀୟ ସ୍ତ୍ରୀ କଣ ପାଇଁ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତି କରାଇଛନ୍ତି। ଏଭଳିକି ସେମାନେ ଉକ୍ତ ନିଶା ନିବାରଣ କେନ୍ଦ୍ରକୁ ବାରମ୍ବାର ଆସିଥିଲେ ମଧ୍ୟ ସେମାନଙ୍କୁ କର୍ଣ୍ଣେଲ ଅରୁଣ ରାୟଙ୍କ ସହ ଦେଖା କରାଇ ଦିଆଯାଉ ନାହିଁ। କେବଳ ଏତିକି ନୁହେଁ ତାଙ୍କ ଚିକିତ୍ସା ସମ୍ପର୍କରେ କୌଣସି ସୂଚନା ଦିଆଯାଉନାହିଁ। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିଶା ନିବାରଣ କେନ୍ଦ୍ର ପରିଚାଳକ। ନିୟମ ଅନୁଯାୟୀ ତାଙ୍କ ସ୍ତ୍ରୀ କର୍ଣ୍ଣେଲ ଅରୁଣ ରାୟଙ୍କୁ ଭର୍ତ୍ତି କରାଇଥିବାରୁ ତାଙ୍କ ଅନୁମତି ବିନା ସେମାନେ କାହାରିକୁ ଦେଖା କରାଇପାରିବେ ନାହିଁ ବୋଲି ପରିଚାଳକ କହିଛନ୍ତି। ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା କର୍ଣ୍ଣେଲ ଅରୁଣ ରାୟଙ୍କ ଉପଯୁକ୍ତ ଚିକିତ୍ସା ଚାଲିଛି। ସିସିଟିଭି ମାଧ୍ୟମରେ ତାଙ୍କ କର୍ଣ୍ଣେଲ ଅରୁଣ ରାୟଙ୍କ ସଂପର୍କୀୟଙ୍କୁ ତାଙ୍କ ଭିଡିଓ ଦେଖାଯିବା ସହ ଟେଲିଫୋନ ଯୋଗେ ନିୟମିତ ସୂଚନା ମଧ୍ୟ ଦିଆଯାଇଛି।

ଭୁବନେଶ୍ୱର ଆଦର୍ଶ ଆଶ୍ରମରେ ସମ୍ପତ୍ତି ପାଇଁ ତାଙ୍କ ସାନ ଭାଇ କୁମାରେଶ ରାୟଙ୍କ ନିର୍ଦ୍ଦେଶରେ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିବା ଖୋଦ କର୍ଣ୍ଣେଲ ଅରୁଣ ରାୟ ଅଭିଯୋଗ ଆଣିଛନ୍ତି। ଏପରିକି ତାଙ୍କୁ ୧୦ ଦିନ ଧରି ମେଡ଼ିସିନ ଦିଆଯାଇନଥିଲା।ପୁରୀ ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ ହୋଇ ସେ ବେଶ୍ ଭଲ ଅନୁଭବ କରୁଥିବା କହିଛନ୍ତି।