ପଦ ଛାଡ଼ିଲେ ଭକ୍ତ, ଶରତ ଓ ଅଜୟ କେବେ ?

ପଦ ଛାଡ଼ିଲେ ଭକ୍ତ, ଶରତ ଓ ଅଜୟ କେବେ ?

ଭୁବନେଶ୍ୱର : ଚଳିତ ନିର୍ବାଚନରେ କଂଗ୍ରେସ ଆଶାନୁରୂପକ ସଫଳତା ପାଇବାରେ ବିଫଳ ହୋଇଛି । ଗୋଟିଏ ପଟେ ବିଜେପି ସରକାର ଗଢ଼ିଥିବାବେଳେ କଂଗ୍ରେସ ପୂର୍ବଭଳି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଛି । କଂଗ୍ରେସ ଲୋକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ କରିପାରିନଥିବାରୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବରିଷ୍ଠ ନେତା ଭକ୍ତଚରଣ ଦାସ ଇସ୍ତଫା ଦେଇଛନ୍ତି  । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କୁ ସେ ଇସ୍ତଫା ପତ୍ର ଦେଇଛନ୍ତି । ପରାଜୟ ପାଇଁ ସେ ନୈତିକତା ଭାବେ ନିଜକୁ ଦାୟୀ କରିବା ସହ ଇସ୍ତଫା ଦେବା ଘଟଣା କଂଗ୍ରେସ ଶିବିରରେ ଆଲୋଡ଼ନ ସୃଷ୍ଟିକରିଛି  । ସାଧାରଣତଃ ପ୍ରଥମେ ପିସିସି ସଭାପତି ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେବା କଥା । ୨୦୧୯ ନିର୍ବାଚନରେ ଦଳର ପ୍ରଦର୍ଶନକୁ ନେଇ ନିଜକୁ ଦାୟୀ କରି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ  । କିନ୍ତୁ ଏଯାବତ ଶରତ ପଟ୍ଟନାୟକ ପିସିସି ସଭାପତି ପଦରୁୁ ଇସ୍ତଫା ଦେଇନାହାନ୍ତି । ସେହିପରି ପ୍ରଭାରୀ ଅଜୟ କୁମାର ମଧ୍ୟ ପରାଜୟ ପାଇଁ ନିଜକୁ ଦାୟୀ କରି ନୈତିକତା ଦେଖାଇନାହାନ୍ତି  । ଯଦି ଭକ୍ତ ଦେଲେ ତେବେ ଶରତ ଓ ଅଜୟ କେବେ ବୋଲି କଂଗ୍ରେସ ନେତାମାନେ ପ୍ରଶ୍ନ କରିଛନ୍ତି ।