ଅଯୋଗ୍ୟ ଘୋଷଣା , ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେନି ଡୋନାଲ୍ଡ ଟ୍ରମ୍ପ

ଅଯୋଗ୍ୟ ଘୋଷଣା , ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେନି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆମେରିକାରେ ଆସନ୍ତା ବର୍ଷ ହେବ ରାଷ୍ଟ୍ରପତି ନିର୍ବାଚନ, ଯେଉଁ ନିର୍ବାଚନରେ ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ହେବା ନେଇ ଆଶା ରଖିଥିଲେ। ହେଲେ ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟ ବଡ଼ ଝଟକା ଦେଇଛନ୍ତି। ନିର୍ବାଚନ ଲଢିବା ପାଇଁ ଟ୍ରମ୍ପ ଅଯୋଗ୍ୟ ବୋଲି କହିଛନ୍ତି କହିଛନ୍ତି କୋର୍ଟ ।
କ୍ୟାପିଟାଲ ହିଂସା ମାମଲାରେ ଆମେରିକାର କୋଲୋରାଡୋ କାର୍ଟ ତାଙ୍କର ରାୟ ଶୁଣାଇଛନ୍ତି । ଏହି ରାୟ ଅନୁସାରେ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷିତ କରିଛନ୍ତି । ସେତିକି ନୁହେଁ, କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ ଦେବା ପାଇଁ ମଧ୍ୟ ଅଯୋଗ୍ୟ ଘୋଷିତ କରିଥିଲା । ଏବେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟି ପକ୍ଷରୁ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନା ଲଢି ପାରିବେ ନା ଭୋଟ ଦେଇ ପାରିବେ । ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଧାରା ୩ ଅନୁସାରେ ଏହି ରାୟ ଦେଇଛନ୍ତି କୋର୍ଟ।
ବିଦ୍ରୋହ ସଂପର୍କିତ ଏହି ଧାରାକୁ ବ୍ୟବହାର କରି କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କୁ ଆମେରିକା ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯିବା ଆମେରିକା ଇତିହାସର ପ୍ରଥମ ଘଟଣା। ୨୦୨୧ ଜାନୁଆରୀ ୬ରେ କ୍ୟାପିଟଲ୍ ହିଂସାକୁ ଉସୁକାଇବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ଏଭଳି ନିଷ୍ପତ୍ତି ହୋଇଛି।

ତେବେ କୋଲୋରାଡୋ କୋର୍ଟଙ୍କ ଏହି ରାୟକୁ ଚାଲେଞ୍ଜ କରି ଉପର ଅଦାଲତର ଦ୍ବାରସ୍ଥ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପ। ଗତ ୨୦୨୦ ମସିହା ନଭେମ୍ବରରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ରାଷ୍ଟ୍ରପତି ପଦ ହରାଇଥିଲେ। ମାତ୍ର ସେ ନିଜ ପରାଜୟକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥିଲେ। ପରେ ୨୦୨୧ ଜାନୁୟାରୀରେ ଆମେରିକାରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଟ୍ରମ୍ପଙ୍କ ସମର୍ଥକ ହ୍ୱାଇଟ ହାଉସରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ।