କେଶ ପାଇଁ ସୋରିଷ ତେଲ
ଭୁବନେଶ୍ୱର : ଦୁର୍ବଳ ଓ ଶୁଷ୍କ କେଶ ବର୍ତ୍ତମାନ ବଡ଼ ଚିନ୍ତାର ବିଷୟ । ପ୍ରଦୂଷଣ, ଭୁଲ ଖାଦ୍ୟପେୟ, କେମିକାଲ ଯୁକ୍ତ ଜିନିଷର ବ୍ୟବହାର କେଶ ଝଡିବାର ମୁଖ୍ୟ କାରଣ। ତେଣୁ କେଶର ଅଧିକ ଯତ୍ନ ନେବା ଆବଶ୍ୟକ। ମଜଭୂତ କେଶ ପାଇଁ ସୋରିଷ ତେଲର ମାସ୍କ ବେଶ ଲାଭଦାୟକ।
ପ୍ରଥମେ ଏକ ପାତ୍ରରେ କଦଳୀକୁ ଭଲ ଭାବେ ଚକଟି ଦିଅନ୍ତୁ। ଏଥିରେ ଗୋଟିଏ ଚାମଚ ସୋରିଷ ତେଲ ଓ ଅଧ କପ ଦହି ମିଶାନ୍ତୁ। ଏହି ମିଶ୍ରଣକୁ କେଶର ମୂଳରେ ଲଗାନ୍ତୁ। ୩୦ ମିନିଟ୍ ଯାଏଁ ଏହାକୁ କେଶରେ ଲଗାଇ ରଖି ଧୋଇ ଦିଅନ୍ତୁ। ସପ୍ତାହକୁ ୨ଥର ଏହି ପ୍ୟାକ୍ର ବ୍ୟବହାର କରି ପାରିବେ।
କେଶକୁ ମଜଭୂତ କରିବା ପାଇଁ ୩ ଚାମଚ ଏଲୋବେରା ଜେଲ୍, ୨ ଚାମଚ ସୋରିଷ ତେଲକୁ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ। ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏଥିରେ ସୋରିଷ ତେଲ ମିଶାନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ।
ମେଥି ଦାନାକୁ କିଛି ସମୟ ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ଏହାକୁ ପେଷି ପେଷ୍ଟ କରି ଦିଅନ୍ତୁ। ନିଜ ଇଚ୍ଛାରେ ମେଥି ଗୁଣ୍ଡ ମଧ୍ୟ ବ୍ୟବହାର କରିପାରିବେ। ଏବେ ଏଥିରେ ଲେମ୍ବୁ ରସ ଓ ସୋରିଷ ତେଲ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ କେଶ ମୂଳରେ ଭଲ ଭାବେ ଲଗାନ୍ତୁ। ପ୍ରାୟ ୩୦ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ।