ଝାଡାବାନ୍ତି ଆତଙ୍କ, ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଝାଡାବାନ୍ତି ଆତଙ୍କ, ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:   ରାଉରକେଲାରେ ଝାଡାବାନ୍ତି ଆକ୍ରାନ୍ତ ଘଟଣାର ସମୀକ୍ଷା କରିବେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କିଭଳି, ଝାଡାବାନ୍ତି ଏତେ ମାତ୍ରାରେ ବ୍ୟାପିଲା ତାହାର ରିଭ୍ୟୁ କରିବେ ।
ରାଉରକେଲାରେ ଝାଡ଼ାବାନ୍ତି ଆତଙ୍କ ଜାରି ରହିଛି । ଏହାକୁ ନେଇ ରାଉରକେଲା ମୁନିସପାଲ କର୍ପୋରେସନ୍ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ବର୍ତମାନ ସୁଦ୍ଧା ୩ଶହରୁ ୪ଶହ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଗଲେଣି । ବିଭିନ୍ନ ମେଡିକାଲରେ ଏବେବି ୨୮୭ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଅଭିଯୋଗ ଅନୁସାରେ ଯେଉଁ ଯେଉଁ ସ୍ଥାନରେ ପାଣି ପାଇପ୍ ଫାଟିଥିଲା, ସେଠାରେ ମରାମତି ଚାଲିଛି । ଏନେଇ ଆଜି ସକାଳେ ୱାଟ୍କୋ ସହିତ ଆମର ଆଲୋଚନା ହୋଇଥିଲା । ବର୍ତମାନ ସୁଦ୍ଧା ୩୫ଟି ଲିକେଜ୍କୁ ମରାମତି କରାଯାଇଛି । ଆଉ ୧୧ଟି ଲିକେଜ୍ର ମରାମତି ପ୍ରକ୍ରିଆ ଚାଲିଛି । ଯେଉଁଠି ଲୋକଙ୍କ ଅଭିଯୋଗ ଆସିବ, ସେଠାରେ ତୁରନ୍ତ ପାଇପ୍ ମରାମତି କରାଯିବ । ଏବେ ଝାଡାବାନ୍ତିରେ ଆକ୍ରାନ୍ତ ସଂଖ୍ୟା ତଳମୁହାଁ ରହିଛି ।