ଆସିଲା ରକ୍ - ଅପସରାଙ୍କ ‘ଥ୍ରୀଲର’ର ଟ୍ରେଲର

ଆସିଲା ରକ୍ - ଅପସରାଙ୍କ ‘ଥ୍ରୀଲର’ର ଟ୍ରେଲର

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ଥ୍ରୀଲର ର ଟ୍ରେଲର ରିଲିଜ ହୋଇଛି । ରାମ ଗୋପାଳ ବର୍ମାଙ୍କ ଏହି କ୍ରାଇମ ସସପେନ୍ସରେ ଡେବୁ୍ୟ କରିଛନ୍ତି ଦୁଇ ଓଡ଼ିଆ । ଯାହାଙ୍କୁ ନେଇ ଇଣ୍ଡଷ୍ଟି୍ରରେ ବହୁତ ଚର୍ଚ୍ଚା । ଫିଲ୍ମ ଏବଂ ରାମଗୋପାଳ ବର୍ମାଙ୍କ ଛାଡି ଏହି ଦୁଇ କଳାକାରଙ୍କୁ ନେଇ ଏବେ ସବୁଠି ଆଲୋଚନା । ହ୍ୟାଣ୍ଡସମ ନାୟକ ରକ କାଜି ଓ ବୋଲ୍ଡ ଅପସରା ରାଣୀଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ । ରିଲିଜ ହୋଇଥିବା ୨ ମିନିଟ ୩୬ ସେକେଣ୍ଡର ଟ୍ରେଲରରେ ଜବରଦସ୍ତ ଶୈଳୀରେ ଉଭୟ ନଜର ଆସିଛନ୍ତି । ପ୍ରଥମ ଥର କୌଣସି ହିନ୍ଦୀ ଫିଲ୍ମରେ ଦୁଇ ଓଡ଼ିଆ ନାୟକ-ନାୟିକା ନଜର ଆସିବେ । ସେଥିପାଇଁ ସିନେମାକୁ ଦେଖିବାକୁ ସମସ୍ତଙ୍କ ଉକ୍ରଣ୍ଠା ରହିଛି । ଟ୍ରେଲରରେ ରକ-ଅପସରାଙ୍କ ବ୍ୟତୀତ ଜଣେ ବ୍ୟକ୍ତିଙ୍କର ଛାଇ ଦେଖିବାକୁ ମିଳିଛି । ଟ୍ରେଲରଟି ସ୍ୱଳ୍ପ ସମୟ ପାଇଁ ହେଲେ ବି ନଜର ଟାଣି ରଖୁଛି । କିନ୍ତୁ ଫିଲ୍ମଟି କେବେ ରିଲିଜ ହେବ ସେ ସମମ୍ପର୍କରେ କୌଣସି ସୂଚନା ଦିଆଯାଇନି । ରାମଗୋପାଳଙ୍କ ଟ୍ୱିଟର ଏବଂ ୟୁଟୁ୍ୟବରେ ଫିଲ୍ମର ଟ୍ରେଲର ପୋଷ୍ଟ ହୋଇଛି । ଏହାକୁ ରକ-ଅପସରାଙ୍କୁ ଟ୍ୟାଗ କରାଯାଇଛି । ଟ୍ରେଲରକୁ ନେଇ ଦର୍ଶକ ଏତେ ମତାମତ ଦେଇଛନ୍ତି, ଯାହାକୁ ଦେଖି ଅପସରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।