ଈଶାନ୍ତ ଶର୍ମା ଅଷ୍ଟ୍ରେଲିଆ ଯିବେ!
ଈଶାନ୍ତ ଶର୍ମା ଅଷ୍ଟ୍ରେଲିଆ ଯିବେ!
admin
Dec 22, 2020 - 06:11
Updated: Dec 22, 2020 - 06:11
ନୂଆଦିଲ୍ଲୀ: ଆଡିଲେଡ ଟେଷ୍ଟରେ ଭାରତୀୟ ପେସ ବୋଲର ମହମ୍ମଦ ସାମିଙ୍କ ହାତରେ ବଲ ବାଜିବାରୁ ତାଙ୍କ ହାତ ଭାଙ୍ଗିଯାଇଛି । ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ବାକି ୩ଟି ଯାକ ଟେଷ୍ଟ ମ୍ୟାଚରୁ ସାମି ବାଦ ପଡ଼ିଛନ୍ତି । ଟେଷ୍ଟ ଦଳରେ ସାମିଙ୍କ ବଦଳ ଖେଳାଳିଙ୍କ ନାମ ବିସିସିଆଇ ଘୋଷଣା କରିନାହିଁ । ତେବେ ବହୁ କି୍ରକେଟ ବିଶେଷଜ୍ଞ ଈଶାନ୍ତ ଶର୍ମାଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ପଠାଇବା ଲାଗି ଦାବି କରିଛନ୍ତି । ଆଇପିଏଲ ଖେଳିବା ବେଳେ ଈଶାନ୍ତ ଆହତ ହୋଇଥିଲେ । ସେ ବାଙ୍ଗାଲୋର ଜାତୀୟ କି୍ରକେଟ ଏକାଡେମୀ (ଏନସିଏ)ରେ କିଛି ଦିନ ଅଭ୍ୟାସ କରିବା ପରେ ତାଙ୍କୁ ଫିଟ ଘୋଷଣା କରାଯାଇଛି । ତେବେ କିଛି ଦିନ ବିଶ୍ରାମ ନେବା ଇଶଶନ୍ତଙ୍କ ପାଇଁ ଭଲ ବୋଲି କହି ମନୋନୟନକାରୀ ଈଶାନ୍ତଙ୍କୁ ଅଷ୍ଟ୍ରେଲିଆ ପଠାଇ ନଥିଲେ । ହେଲେ ସାମି ଟେଷ୍ଟ ସିରିଜରୁ ବାଦ ପଡ଼ିବା ପରେ ଈଶାନ୍ତଙ୍କୁ ପଠାଇବା ଲାଗି ଦାବି ହୋଇଛି । ଈଶାନ୍ତ ଏବେ ଅଷ୍ଟ୍ରେଲିଆ ଗଲେ ସଙ୍ଗରୋଧରେ ରହିବା ପରେ ଶେଷ ୨ଟି ଟେଷ୍ଟମ୍ୟାଚ ଖେଳିପାରିବେ ।