ଋଣ ଶୁଝିପାରିଲେନି, ଆତ୍ମହତ୍ୟା କଲେ ଦମ୍ପତି

ଋଣ ଶୁଝିପାରିଲେନି, ଆତ୍ମହତ୍ୟା କଲେ ଦମ୍ପତି

ଋଣ ଶୁଝିପାରିଲେନି, ଆତ୍ମହତ୍ୟା କଲେ ଦମ୍ପତି
ଭୁବନେଶ୍ୱର : କରୋନା ରୋଜଗାର ଛଡ଼ାଇନେଲା । ସେପଟେ କରଜ ବି ମାଡ଼ିବସିଲା । କେମିତି ଶୁଝିବେ, କେମିତି ବଂଚିବେ ଆଉ କିଛି ବୁଦ୍ଧି ବାଟ ପାଇଲେନି । ଶେଷରେ ଶେଷ ବାଟଟିକୁ ଆପଣାଇ ନେଲେ ଦମ୍ପତି । ଋଣ ଚାପ ପାଇଁ ସ୍ୱାମୀ ସ୍ତ୍ରୀ ବିଷପିଇ ଆତ୍ମହତ୍ୟା କରିଦେଲେ । ଏମିତି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ରୁପସା ଥାନା ପୁଡ଼ାଡିହା ଗ୍ରାମରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କାଶୀନାଥ ଟ୍ରେନରେ ଫେରି କରି ପରିବାର ଚଳାଉଥିଲେ । କିନ୍ତୁ କରୋନା ପାଇଁ ୬ ମାସ ହେଲା ଟ୍ରେନ ଚଳାଚଳ ବନ୍ଦ ହୋଇଯାଇଥିଲା । ତେବେ ବିକଳ୍ପ ବ୍ୟବସାୟ ପାଇଁ ସେ କିଛି ସଂସ୍ଥାରୁ ଋଣ ଓ ହାତ ଉଧାରି ଆଣିଥିଲେ । ହେଲେ କୌଣସି କାରଣରୁ ବ୍ୟବସାୟ ଆରମ୍ଭ କରିପାରିନଥିଲେ । ସେପଟେ ବ୍ୟବସାୟ ପାଇଁ ଆସିଥିବା ଟଙ୍କା ଘର ଚଳାଇବାରେ ଖର୍ଚ୍ଚ ହୋଇଯାଇଥିଲା । ଗୋଟିଏ ପଟେ ରୋଜଗାର ଶୂନ ହୋଇପଡ଼ିଥିବାବେଳେ ଅର୍ଥ ଲଗାଣକାରୀ ସଂସ୍ଥା ଜୁଲମ ଆରମ୍ଭ କରିଦେଇଥିଲେ । ୮ ଦିନ ତଳେ ଏକ ସଂସ୍ଥାର ଏଜେଂଟ ମଧ୍ୟ ଧମକ ଚମକ ଦେଇଥିଲେ । ଯେଉଁଥିପାଇଁ କାଶୀନାଥ ଓ ତାଙ୍କ ପନôୀ କନକ ବିଷପିଇ ଆତ୍ମହତ୍ୟା କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।