ଏସପିଙ୍କ ବିରୋଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ତାଙ୍କ ବୋହୁ

ଏସପିଙ୍କ ବିରୋଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ତାଙ୍କ ବୋହୁ

ଏସପିଙ୍କ ବିରୋଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ତାଙ୍କ ବୋହୁ
ଭୁବନେଶ୍ୱର - ଜୟପୁର ଭିଜିଲାନ୍ସ ଏସପିଙ୍କ ବିରୋଧରେ ତାଙ୍କ ବୋହୂ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଦୀର୍ଘ ଦିନ ଧରି ଶ୍ୱଶୁର ତାଙ୍କୁ ନିର୍ଯାତନା ଦେଇଆସୁଥିଲେ । ଚାଉଳିଆଗଞ୍ଜ ଥାନାରେ ଗତ ଅକ୍ଟୋବର ୧୬ ତାରିଖରେ ଏସ୍ପିଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଏବେ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚଳାଇଛି । ପୀଡ଼ିତା ବୋହୂଙ୍କ ଅଭିଯୋଗ ଅନୁଯାୟୀ, ସିଡିଏ ସେକ୍ଟର-୧୦ ଅଞ୍ଚଳରେ ତାଙ୍କ ବାପଘର ହୋଇଥିବା ବେଳେ ସେ ଜୟପୁର ଭିଜିଲାନ୍ସରେ ଏସ୍ପି ଥିବା ଶଶୀଶେଖର ମହାପାତ୍ରଙ୍କ ପୁଅଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଶଶୀଶେଖର ଘରେ ତାଙ୍କୁ ଅସଦାଚରଣ କରିଆସୁଥିଲେ । ଏମିତି କି ତାଙ୍କ ମୋବାଇଲକୁ ଆପତ୍ତିଜନକ ମେସେଜ୍ ପଠାଉଥିଲେ । ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ସେ ବାପଘରକୁ ପଳାଇ ଯାଇଥିଲେ । ୨୦୧୯, ଅକ୍ଟୋବର ୧୬ତାରିଖରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଚାଉଳିଆଗଞ୍ଜ ନେତାଜୀନଗର ଅଞ୍ଚଳରେ ରହୁଥିବା ମଉସାଙ୍କ ଘରକୁ ଯାଇଥିଲେ । କିନ୍ତୁ ସେଠାରେ ପୂର୍ବରୁ ରହି ଆସୁଥିବା ଶାଶୂଶ୍ୱଶୁର ତାଙ୍କ ସ୍ୱାମୀଙ୍କୁ ନେଇ କୌଣସି ଅଜ୍ଞାତ ସ୍ଥାନରେ ଲୁଚାଇ ରଖିଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଶଶୀଶେଖର ତାଙ୍କ ପୁଅଙ୍କ ବିରୋଧରେ ଟଙ୍କା ପାଇଁ ଧମକଚମକ ଦେଇଥିବା ସଂକ୍ରାନ୍ତରେ ଚାଉଳିଆଗଞ୍ଜ ଥାନାରେ ଆଉ ଏକ ଅଭିଯୋଗ ମଧ୍ୟ କରିଛନ୍ତି । ପୁଲିସ ମହିଳାଙ୍କ ଅଭିଯୋଗ ଆଧାରରେ ଅକ୍ଟୋବର ୧୬ ତାରିଖରେ ଶ୍ୱଶୁର ଶଶୀଶେଖର ମହାପାତ୍ରଙ୍କ ସମେତ ଶାଶୂ କ୍ରିଷ୍ଣା ମହାପାତ୍ର, ମଉସା ଅଶୋକ ମହାପାତ୍ର ଓ ମାଉସୀ କାବେରୀ ମହାପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଦଫା ୩୪୨, ୩୨୩, ୩୫୪, ୩୫୪-ଏ, ୩୫୪-ଡି, ୫୦୬, ୫୦୯, ୩୪ରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।