ଓଡିଶାକୁ H3N2 ଭୂତାଣୁ ଚିନ୍ତା : ଏକାବେଳେ ୫୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ H3N2 ଭୂତାଣୁରେ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ଜାନୁଆରୀ ଓ ଫେବୃଆରୀରେ ୨୨୫ଟି ନମୁନା ସଂଗ୍ରହ ହୋଇଥିଲା। ୨୨୫ଟି ନମୂନା ମଧ୍ୟରୁ ୫୯ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ H3N2 ଭୂତାଣୁରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଇନ୍ଫ୍ଲୁଏଞ୍ଜା ଦିନକୁ ଦିନ କାୟା ବିସ୍ତାର କରୁଥିବାରୁ ଏଥି ପାଇଁ କେନ୍ଦ୍ର ସତର୍କ କରିଛି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ଇନଫ୍ଲୁଏଞ୍ଜା ସଂକ୍ରମଣ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କୋଭିଡ୍ ବିରୋଧୀ ୫ ସୂତ୍ରୀ କାର୍ୟ୍ୟକ୍ରମ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ, ଟ୍ରାକ, ଟ୍ରିଟ୍, ଟୀକାକରଣ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ମେଡିକାଲରେ ବେଡ୍ ଓ ଅକ୍ସିଜେନ ସିଲିଣ୍ଡର ରଖିବାକୁ ପରାମର୍ଶ ଦିଆଯାଇଛି।