ବିଜେପିରେ ମିଶିଲେ ଓଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଜିନା ଓ ଅଭିନେତା ରୁଦ୍ର

ବାଲେଶ୍ୱର : ବିଜେପିରେ ମିଶିଲେ ଓଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଜିନା ଓରଫ ସ୍ୱାତୀ ସାମଲ ଓ ତାଙ୍କ ସ୍ବାମୀ ଅଭିନେତା ରୁଦ୍ର ପାଣିଗ୍ରାହୀ। ବାଲେଶ୍ବରରେ ବିଜେପିର ଏକ ମିଶ୍ରଣ ପର୍ବରେ ଜିନା ଓ ରୁଦ୍ର ସାମିଲ ହୋଇ ପଦ୍ମ ଧରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦଳୀୟ ଉତ୍ତରୀୟ ପିନ୍ଧାଇ ଉଭୟଙ୍କୁ ସ୍ବାଗତ କରିଛନ୍ତି। ଏଥି ସହିତ ଏହି ମିଶ୍ରଣ ପର୍ବରେ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗ ଦେଇଛନ୍ତି। ବାଲେଶ୍ବର ବିଜେପି ଅଫିସରେ ମିଶ୍ରଣ ପର୍ବ ଆୟୋଜିତ ହୋଇଥିବା ସୂଚନା ମିଳିଛି।
ଓଲିଉଡ ଅଭିନେତ୍ରୀ ଜୀନା ଓରଫ ସ୍ୱାତୀ ସାମଲ ପଦ୍ମ ଧରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁଶାସନ ଓ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିବା ସେ କହିଥିଲେ। ଜୀନାଙ୍କ ସମେତ ଅଭିନେତା ରୁଦ୍ର ପାଣିଗ୍ରାହୀ, ପୂର୍ବତନ ଜିଏସଟି କମିଶନର ତଥା ଇଡିର ଡେପୁଟି ଡାଇରେକ୍ଟର ବିଜୟ କୁମାର ମଲ୍ଲିକ, ମମତା ପଣ୍ଡା -ଏଆର.ଡି.ଏମ ରିଲାଏନ୍ସ, ପାର୍ଥ ସାରଥୀ ଜେନା, ଅମିତା ସାମଲ, ସ୍ଵାଗତ ସାମଲ,ପ୍ରିୟଙ୍କା ସାମଲ, ଅନିଲ କୁମାର ଗାୟନ ପ୍ରମୁଖ ଦଳରେ ସାମଲ ହୋଇଛନ୍ତି।