କିଛି ସମୟର ଅପେକ୍ଷା, ମାଟିରେ ମିଶିବ ଟୁଇନ ଟାୱାର

କିଛି ସମୟର ଅପେକ୍ଷା, ମାଟିରେ ମିଶିବ ଟୁଇନ ଟାୱାର

କିଛି ସମୟର ଅପେକ୍ଷା, ମାଟିରେ ମିଶିବ ଟୁଇନ ଟାୱାର

ନୂଆଦିଲ୍ଲୀ: ଆଜି ମାଟିରେ ମିଶିବ ନୋଏଡାର ବହୁଚର୍ଚ୍ଚିତ ସୁଉଚ୍ଚ ଅଟ୍ଟାଳିକା ଟ୍ବିନ ଟାୱାର । ଏଥିପାଇଁ ହାତରେ ମାତ୍ର କେତେ ଘଣ୍ଟା ଥିବା ବେଳେ ସଫଳତାର ସହ ଏହି କାର୍ୟ୍ୟକ୍ରମକୁ ଶେଷ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ତେବେ କେମିତି ହେବ ଏହି ବିଶାଳ ଟ୍ୱିନ୍ ଟାୱାର ଧ୍ବଂସ ପ୍ରକ୍ରିୟା । କିପରି ପ୍ରଭାବିତ ନହେବେ ସ୍ଥାନୀୟ ସାଧାରଣ ବାସିନ୍ଦା ଓ ପରିବେଶ । କୌଣସି ଅଘଟଣ କିମ୍ବା ଧନ ଜୀବନ ହାନୀକୁ ସମ୍ପୂର୍ଣ୍ଣ ଏଡାଇ ଏହି କଂକ୍ରିଟ ପାହଡକୁ ସମୂଳେ ମାଟିରେ ମିଶାଇବା ପାଇଁ ବୈଷୟିକ ତଥା ପ୍ରାଶାସନିକ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି ।


ଦେଶରେ ପ୍ରଥମ ଥର ପାଇଁ ଏପରି ସୁଉଚ୍ଚ ଅଟ୍ଟାଳିକାକୁ ସମ୍ପୂର୍ଣ୍ଣ ନୂତନ ତଥା ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଭଙ୍ଗାଯିବାକୁ ଯାଉଛି । ଏକାଧିକ ନିର୍ମାଣ ସମ୍ପର୍କିତ ନିୟମ ଓ ଅନୁମୋଦନକୁ ଅଣଦେଖା କରି ସମ୍ପୂର୍ଣ୍ଣ ବେଆଇନ ଭାବେ ନୋଏଡାର ସେକ୍ଟର 93Aରେ ଅବସ୍ଥିତ ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଥିବା ଏହି ଅଟ୍ଟାଳିକାକୁ ଭାଙ୍ଗିବାର ଦାୟିତ୍ବ ଏକ ଇଞ୍ଜିନିୟରିଂ କମ୍ପାନୀକୁ ଦେଇଛନ୍ତି ସରକାର । ସେଣ୍ଟ୍ରାଲ୍ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆଇ)ଏହାର ଭଙ୍ଗ ନେଇ କୌଣସି ଆପତ୍ତି ନଥିବା ପ୍ରମାଣପତ୍ର  ପ୍ରଦାନ କରିବା ପରେ ଏହାକୁ ସର୍ବୋଚ୍ଚ କୋର୍ଟରେ ଦାଖଲ କରାଯାଇଥିଲା । ପରେ ସର୍ବୋଚ୍ଚ କୋର୍ଟଙ୍କ ସବୁଜ ସଙ୍କେତ ଏହାକୁ ଭାଙ୍ଗି ମାଟିରେ ମିଶାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଯାହାକି ଆଜି ବାସ୍ତବତାର ରୂପ ନେବାକୁ ଯାଉଛି ।