ଘରୋଇକରଣ ଲାଗି ନିତି ଆୟୋଗ : ବ୍ୟାଙ୍କ ଅଫ ଇଣ୍ଡିଆକୁ ବିକ୍ରି କରାଯିବ

ଘରୋଇକରଣ ଲାଗି ନିତି ଆୟୋଗ : ବ୍ୟାଙ୍କ ଅଫ ଇଣ୍ଡିଆକୁ ବିକ୍ରି କରାଯିବ

ଘରୋଇକରଣ ଲାଗି ନିତି ଆୟୋଗ : ବ୍ୟାଙ୍କ ଅଫ ଇଣ୍ଡିଆକୁ ବିକ୍ରି କରାଯିବ
ନୂଆଦିଲ୍ଲୀ: ଘରୋଇକରଣ ଲାଗି ନିତି ଆୟୋଗ ଯେଉଁ ଦୁଇଟି ବ୍ୟାଙ୍କର ନାମ ସୁପାରିସ କରିଛି ତାହା ହେଉଛି ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ (ଆଇଓବି) । କିିଛି ଦିନ ତଳେ ଆୟୋଗ ତରଫରୁ ଦୁଇଟି ବ୍ୟାଙ୍କର ନାମ ସୁପାରିସ କରାଯାଇଥିଲା । ତାହା ସେଣ୍ଟ୍ରାଲ୍ ବ୍ୟାଙ୍କ ଓ ଆଇଓବି ବୋଲି କୁହାଯାଉଛି । ଅବଶ୍ୟ ସରକାର ଏପର୍ଯ୍ୟନ୍ତ ଏବିଷୟରେ କିଛି ବି ସ୍ପଷ୍ଟ କରିନାହାନ୍ତି । ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ସେଣ୍ଟ୍ରାଲ୍ ବ୍ୟାଙ୍କ ଓ ଆଇଓବିର ଘରୋଇକରଣ ହେବ । ବ୍ୟାଙ୍କ ଅଫ ଇଣ୍ଡିଆକୁ ବିକ୍ରି କରାଯିବ । ପୁଞ୍ଜି ପ୍ରତ୍ୟାହାରରୁ ଚଳିତ ଆର୍ଥôକ ବର୍ଷରେ ୧.୭୫ ଲକ୍ଷ କୋଟି ଟଙ୍କା ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏବର୍ଷ ଏୟାର ଇଣ୍ଡିଆ, ବିପିସିଏଲ, ସିପିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ଆଦିକୁ ବିକ୍ରି କରିବାକୁ ଉଦ୍ୟମ କରାଯାଉଛି । ଏହା ବ୍ୟତୀତ ଏଲଆଇସିର ଆଇପିଓ ଆଣିବାର ମଧ୍ୟ ଯୋଜନା ରହିଛି । ବଜେଟରେ କରାଯାଇଥିବା ଘୋଷଣା ଅନୁସାରେ ଦୁଇ ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିରୁ ମଧ୍ୟ ପୁଞ୍ଜିପ୍ରତ୍ୟାହାର କରାଯିବ । ଗତ ବର୍ଷ ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣ କରି କିଛି ବଡ଼ ବ୍ୟାଙ୍କ ସୃଷ୍ଟି କରାଯାଇଥିଲା । ସେହି ସମୟରେ ଯେଉଁ ତାଲିକା ପ୍ରସ୍ତୁତ କରାଯାଇଥିଲା ସେଥିରେ ସେଣ୍ଟ୍ରାଲ ବ୍ୟାଙ୍କ, ଆଇଓବି, ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ମହାରାଷ୍ଟ୍ର, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କକୁ ବାଦ ଦିଆଯାଇଥିଲା । ସେହି ସମୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ମିଶ୍ରଣ କରାଯାଇଥିଲା । ସେହିପରି, କାନାରା ବ୍ୟାଙ୍କ ସହ ସିଣ୍ଡିକେଟ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ସହ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ୍ ବ୍ୟାଙ୍କ ଓ ଇଣ୍ଡିଆନ ବ୍ୟାଙ୍କ ସହ ଆହ୍ଳାବାଦ ବ୍ୟାଙ୍କର ମିଶ୍ରଣ ହୋଇଥିଲା । ଏହା ପୂର୍ବରୁ ବ୍ୟାଙ୍କ ଅଫ ବରୋଦା ସହ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ହୋଇଥିଲା ।