ଚୌଧୁରୀ କୋଠା ନିଶ୍ଚିହ୍ନ, ମିଳିଲାନି ଗୁପ୍ତଧନ

ଚୌଧୁରୀ କୋଠା ନିଶ୍ଚିହ୍ନ, ମିଳିଲାନି ଗୁପ୍ତଧନ

ଚୌଧୁରୀ କୋଠା ନିଶ୍ଚିହ୍ନ, ମିଳିଲାନି ଗୁପ୍ତଧନ
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତର ସିଂହନାଦ ପାଚେରୀ କଡ଼ରେ ଥିବା ଚୌଧୁରୀ କୋଠା ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଛି । ତା ସହିତ କିଛି ଲୋକଙ୍କ ମଧ୍ୟରେ ଉପୁଜିଥିବା ଗୁପ୍ତଧନ ମିଳିବା ଆଶା ମଉଳି ଯାଇଛି । ଏମୁଣ୍ଡ ସେମୁଣ୍ଡ ଖୋଳତଡ଼ା ହେଲା ପରେ ବି କାଣି କଉଡ଼ିଟିଏ ପଦାକୁ ଆସିନି । ପାଞ୍ଚ ଦିନ ହେବ ପୁରାତନ ଚୌଧୁରୀ କୋଠା ଭଙ୍ଗା ଚାଲିଥିଲା । ପରିତ୍ୟକ୍ତ ଓ ଅର୍ଧଭଗ୍ନ ଏହି କୋଠାରେ ଗୁପ୍ତଧନ ମିଳିବ ବୋଲି ଚର୍ଚ୍ଚା ଚାଲିଥିଲା । କିଛି ଲୋକ ବି ଡୋଜର ଖୋଳା ଉପରେ ନଜର ରଖିଥିଳେ । କୋଠାର ଉତ୍ତର ପଶ୍ଚିମ କୋଣରେ ଗୁପ୍ତଧନ ବାହାରିବ ବୋଲି ଆଶା ରଖିଥିଲେ । ତେବେ ରବିବାର ଡୋଜର କୋଠାକୁ ମୂଳପୋଚ୍ଛ କରିବା ପରେ ବି କିଛି ବାହାରିଲା ନାହିଁ । ଡୋଜର ଦ୍ୱାରା ଉଦବୃତ୍ତ ମାଟିକୁ ସଙ୍ଗେ ସଙ୍ଗେ ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯାଇଥିଲା । ତେବେ ଏବେ ବି କିଛି ଲୋକ ଗୁପ୍ତଧନ ମିଳିବା ସପକ୍ଷରେ ଅଛନ୍ତି । ହୁଏତ ଆହୁରି ଗଭୀର ମାଟିତଳେ ଗୁପ୍ତଧନ ରହିଗଲା କିମ୍ବା ପରିବହନ ହୋଇଥିବା ମାଟିରେ ଅନ୍ୟତ୍ର ଚାଲିଗଲା ବୋଲି କହୁଛନ୍ତି । ଏପଟେ ୫ଟି ସଚିବଙ୍କ ଗସ୍ତ ପରେ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ପାପନାଶିନୀ କୁଣ୍ଡ ଦକ୍ଷିଣ ପଟେ ଥିବା ନିର୍ମାଣ ହଟାଇବା କାମ ଚାଲିଛି । ଆଉ ଦିନେ ୨ ଦିନ ମଧ୍ୟରେ ସେପଟେ କାମ ସରିବା ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତରପାଶ୍ୱର୍ ଖୋଳତଡ଼ା ହେବ ବୋଲି ଜିଣାପଡ଼ିଛି ।