ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁରର ମୀମାଂସାଙ୍କ ବାଜିମାତ

ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁରର ମୀମାଂସାଙ୍କ ବାଜିମାତ

ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁରର ମୀମାଂସାଙ୍କ ବାଜିମାତ
ସମ୍ବଲପୁର: ଆନ୍ତର୍ଜାତିକ ସ୍ତରରେ ଅନୁଷ୍ଠିତ ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁର ସହରର ଲଳନା ମୀମାଂସା ପ୍ରିୟଦର୍ଶିନୀ ରଥ ବାଜିମାତ କରିଛନ୍ତି । ଓପେରା ରି କି୍ରଏସନ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୀମାଂସା ଉଭୟ ଚାହାଣୀ ଓ ମେକଅପରେ ଶ୍ରେଷ୍ଠ ଟାଇଟଲ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି । ପ୍ରତିଯୋଗିତାର ବିଚାରକ ଭାବେ ଅଷ୍ଟ୍ରେଲିଆ ଏବଂ ଭାରତର ଅନେକ ପ୍ରତିଷ୍ଠିତ ଡିଜାଇନର ରହିଥିଲେ । ଏହି ଅନୁଷ୍ଠାନ ପକ୍ଷରୁ ଅନଲାଇନ ମାଧ୍ୟମରେ ବର୍ଷତମାମ ଚାଲିଥିଲା ଏହି ପ୍ରତିଯୋଗିତା । ଏଥିରେ ଭାରତ ତଥା ବିଦେଶରୁ ମଧ୍ୟ ଅନେକ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ଡିଜାଇନର ଅର୍ପିତା ପୂଜାରୀଙ୍କ ଦ୍ୱାରା ପ୍ରସ୍ତୁତ ମୀମାଂସାଙ୍କ ଗେଟଅପ ବେଶ ଆକର୍ଷଣୀୟ ହୋଇଥିଲା । ଆଉ ଏହାର ଫଟୋସୁଟ କରିଥିଲେ ଲଳିତ ରୋହିଦାସ । ବିଭିନ୍ନ ବର୍ଗରେ ହୋଇଥିବା ଏହି ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ମୀମାଂସା ଆକର୍ଷଣୀୟ ମେକଅପ ସାଙ୍ଗକୁ ମନଲୋଭା ଚାହାଣୀ ପାଇଁ ବେଷ୍ଟ ଲୁକ ଆଣ୍ଡ ବେଷ୍ଟ ମେକଅପ ଟାଇଟଲ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି । ମୀମାଂସା ପୂର୍ବରୁ ସମ୍ବଲପୁରରେ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସଂସଦର ସଭାନେତ୍ରୀ ଦାୟିତ୍ୱ ତୁଲାଇଥିବା ବେଳେ ଜଣେ ସୁଗାୟିକା ଭାବେ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହି ଆସିଛନ୍ତି । ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିବା ମୀମାଂସା ଆଙ୍କରିଂରେ ମଧ୍ୟ ରୁଚି ରଖନ୍ତି ।