ଜାମ୍ମୁ କାଶ୍ମୀରରେ ପରୀକ୍ଷା ମୂଳକ ଭାବରେ ଚାଲୁ ହେବ ୪ଜି ସେବା
ଜାମ୍ମୁ କାଶ୍ମୀରରେ ପରୀକ୍ଷା ମୂଳକ ଭାବରେ ଚାଲୁ ହେବ ୪ଜି ସେବା
admin
Aug 11, 2020 - 06:08
Updated: Aug 11, 2020 - 06:08
ନୂଆଦିଲ୍ଲୀ :ଦୀର୍ଘ ଏକ ବର୍ଷ ହେବ ଇଣ୍ଟରନେଟରୁ ଦୂରରେ ରହିଥିବା ଜମ୍ମୁ କାଶ୍ମୀର ବାସୀଙ୍କ ପାଇଁ ଆଶ୍ୱସ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମ୍ମୁ କାଶ୍ମୀରରେ ପରୀକ୍ଷା ମୂଳକ ଭାବରେ ପୁଣି ଥରେ ୪ ଜି ସେବା ଆରମ୍ଭ ହେବାକୁ ଯାଉଛି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ କୋର୍ଟଙ୍କୁ ଏହି ସୂଚନା ପ୍ରଦାନ କରାଯାଇଛି । ତେବେ ସମ୍ପୂର୍ଣ୍ଣ ଜମ୍ମୁ କାଶ୍ମୀରରେ ଏହି ସେବା ଆରମ୍ଭ କରାଯିବ ନାହିଁ । କିଛି କମ୍ ସମ୍ବେଦନଶୀଳ ଅଞ୍ଚଳରେ ଏହି ସେବା ଅଗଷ୍ଟ ୧୫ ପରଠାରୁ ଆରମ୍ଭ କରାଯିବ । ଉକ୍ତ ଅଞ୍ଚଳରେ ସମୀକ୍ଷା କରାଯିବା ପରେ ସମ୍ପୂର୍ଣ୍ଣ ଭାବରେ ଇଣ୍ଟରନେଟ ସେବା ଚାଲୁ କରାଯିବ କି ନାହିଁ ତାହା ସ୍ଥିର କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଦୁଇ ମାସ ସେବା ଚାଲୁ ରହିବା ପରେ ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯିବ ।