ଡ୍ରଗ୍‌ସ ମାମଲାରେ ନୱାବ୍‌ଙ୍କ ଆଉ ଏକ ବିସ୍ଫୋରଣ, ଜାଣନ୍ତୁ କ’ଣ

ଡ୍ରଗ୍‌ସ ମାମଲାରେ ନୱାବ୍‌ଙ୍କ ଆଉ ଏକ ବିସ୍ଫୋରଣ, ଜାଣନ୍ତୁ କ’ଣ

ଡ୍ରଗ୍‌ସ ମାମଲାରେ ନୱାବ୍‌ଙ୍କ ଆଉ ଏକ ବିସ୍ଫୋରଣ, ଜାଣନ୍ତୁ କ’ଣ

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍ସିପି ନେତା ନୱାବ ମଲିକ ଓ  ଏନ୍ସିବି ଜୋନାଲ ହେଡ୍ ସମୀର ୱାଙ୍ଖଡେଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ସେ ଆଉ ଏକ ବିସ୍ଫୋରଣ କରିଛନ୍ତି।  ୱାଙ୍ଖଡେଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ଆଣିଛନ୍ତି ନୱାବ। 

ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ୍ ଆଜି ପୁଣି ଥରେ ‘ଏନ୍ସିବି’ ଅଧିକାରୀ ସମୀର ୱାଙ୍ଖେଡ଼େଙ୍କୁ ସମାଲୋଚନା କରି ପଚାରିଛନ୍ତି, ତାଙ୍କ ଶାଳୀ ହର୍ଷଦା ଦୀନାନାଥ ରେଡ୍କର୍ ଡ୍ରଗ୍ ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି କି? ପୁଣେ କୋର୍ଟରେ ତାଙ୍କ ମାମଲା ବିଚାରାଧୀନ ଥିବାରୁ ତୁମେ ଏହାର ଉତ୍ତର ଦେବା ଉଚିତ୍।

ନବାବ ମଲିକ ଟ୍ୱିଟ କରି କିଛି ସ୍କ୍ରିନସଟ ଅପ୍ଲୋଡ କରିଛନ୍ତି ଯେଉଁଥିରେ ଏକ ମାମଲା ବିଷୟରେ ଉଲ୍ଲେଖ କରାଯାଇଛି। ପ୍ରମାଣସ୍ୱରୂପ ନୱାବ ମଲିକ୍ ପ୍ରିଭେନ୍ସନ୍ ଅଫ୍ ଇଲିସିଟ୍ ଟ୍ରାଫିକ୍ ଇନ୍ ନାକ୍ରୋଟିକ୍ ଡ୍ରଗ୍ସ୍ ଆଣ୍ଡ୍ ସାଇକୋଟ୍ରଫିକ୍ ସବ୍ଷ୍ଟାନ୍ସେସ୍ ଆକ୍ଟ୍ରେ ୨୦୦୮ର ଏକ ମାମଲାରେ ହର୍ଷଦା ଦୀନାନାଥ ରେଡ୍କର୍ଙ୍କୁ ରେସ୍ପଣ୍ଡେଣ୍ଟ୍ ଆଣ୍ଡ୍ ଆଡ୍ଭୋକେଟ୍’ରେ ତାଲିକାଭୁକ୍ତ କରାଯାଇଥିବା ଦର୍ଶାଇଛନ୍ତି।

ସେପଟେ ଏ ସଂକ୍ରାନ୍ତରେ ଉତ୍ତର ଦେଇ ଗଣମାଧ୍ୟମକୁ ସମୀର କହିଛନ୍ତି, ୨୦୦୮ ଜାନୁଆରିରେ ଏ ଘଟଣା ଘଟିଥିଲା। ସେତେବେଳେ ମୁଁ ଚାକିରି କରି ନ ଥିଲେ। ୨୦୧୭ରେ ମୁଁ କ୍ରାନ୍ତି ରେଡ୍କର୍ଙ୍କୁ ବିବାହ କରିଥିଲି। ତେଣୁ ମୁଁ କେମିତି ଉକ୍ତ ମାମଲା ସହ ସମ୍ପୃକ୍ତ ହେଲି ବୋଲି ସେ ପ୍ରଶ୍ନ ପଚାରିଛନ୍ତି।

ସୂଚନା ମୁତାବକ, ନୱାବ ମଲିକ କ୍ରୁଜ ପାର୍ଟି ସହ ଜଡିତ ଡ୍ରଗ୍ସ ମାମଲାକୁ ଆରମ୍ଭରୁ ନକଲି ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଲଗାତର ଅଡ଼ୁଆରେ ପକାଇ ଚାଲିଛନ୍ତି।